ଅଶାନ୍ତ ଶ୍ରୀଲଙ୍କା: ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରେମସିଙ୍ଘେ ଦେଲେ ଇସ୍ତଫା

କଲମ୍ବୋ : ଶ୍ରୀଲଙ୍କା ରେ ଜାରି ରହିଛି ସଙ୍କଟ । ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କାରେ ଘୋର ହିଂସା ଓ ପ୍ରତିବାଦ ଦେଖିବାକୁ ମିଳିଛି ।

ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରେମସିଙ୍ଘେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଶ୍ରୀଲଙ୍କାରେ ଚାଲିଥିବା ଅର୍ଥନୈତିକ ସଙ୍କଟ ଏବଂ ଜନସାଧାରଣଙ୍କ ଅସନ୍ତୋଷ ଯୋଗୁଁ ୱିକ୍ରେମସିଙ୍ଘେଙ୍କୁ ଇସ୍ତଫା ଦେବାକୁ ପଡଛି।

ୱିକ୍ରେମସିଙ୍ଘେ ୧୨ମଇରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ତେବେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ଇସ୍ତଫା ଦାବିରେ ବିକ୍ଷୋଭକାରୀମାନେ ଜିଦ ଧରିଛନ୍ତି।

ୱିକ୍ରେମସିଙ୍ଘେ ଟୁଇଟ କରି କହିଛନ୍ତି ଯେ ସମସ୍ତ ନାଗରିକଙ୍କ ସୁରକ୍ଷା ସମେତ ସରକାରଙ୍କ ନିରନ୍ତରତାକୁ ସୁନିଶ୍ଚିତ କରିବା ପାଇଁ ମୁଁ ଆଜି ଦଳୀୟ ନେତାଙ୍କ ସର୍ବଶ୍ରେଷ୍ଠ ସୁପାରିଶକୁ ଗ୍ରହଣ କରୁଛି। ଏହାକୁ ସୁଗମ କରିବା ପାଇଁ ମୁଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି ।

Related Posts