ୟୁପି ପଲିଟିକ୍ସ; ବିଜେପିରେ ମିଶିବା ପରେ କଂଗ୍ରେସକୁ ଟାର୍ଗେଟ କଲେ ଆରପିଏନ ସିଂହ; କହିଲେ ୩୨ ବର୍ଷ ପୂର୍ବରୁ ଯେଉଁ ପାର୍ଟି ଥିଲା, ତାହା ଏବେ ନାହିଁ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା ମିଳିଛି । ବରିଷ୍ଠ କଂଗ୍ରେସ ନେତା ଆରପିଏନ ସିଂହ କଂଗ୍ରେସ ଛାଡ଼ି ବିଜେପିରେ ମିଶିଛନ୍ତି । ମିଶୁ ମିଶୁ ହିଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରି ବଡ଼ ବୟାନ ଦେଇଛନ୍ତି । ତେବେ ଦେଶକୁ ଆଗକୁ ନେବାକୁ ପଡ଼ିବ । ଏହା ପଛରେ ଯାହା ବି କାମ କରିବାକୁ ପଡ଼ିବ ମୁଁ ଦଳର ଏକ ଛୋଟ କର୍ମଚାରୀ ଭାବରେ ସମସ୍ତ କାମ କରିବାକୁ ଚେଷ୍ଟା କରିବି । ୩୨ ବର୍ଷ ପର‌୍ୟ୍ୟନ୍ତ ମୁଁ ଏକ ପାର୍ଟୀରେ ରହିଥିଲି, ଆନ୍ତରିକତାର ସହିତ, ପରିଶ୍ରମ କରି କାର‌୍ୟ୍ୟ କରିଥିଲି । କିନ୍ତୁ ଯେଉଁ ପାର୍ଟୀରେ ମୁଁ ଏତେ ବର୍ଷ ରହିଥିଲି, ତାହା ଆଉ ସେହି ପାର୍ଟୀ ନୁହେଁ କିମ୍ବା ମୁଁ ଯେଉଁଠାରୁ ଆରମ୍ଭ କରିଥିଲି ଦଳର ସେ ଚିନ୍ତାଧାରା ନାହିଁ । ଏପରିକି ଅନେକ ଲୋକ ମୋତେ ବିଜେପିରେ ମିଶିଯିବା ଉଚିତ ବୋଲି ମଧ୍ୟ କହିଆସୁଥିଲେ ବୋଲି ଆରପିଏନ ସିଂହ କହିଛନ୍ତି ।

ସେପଟେ ବିଜେପିରେ ଯୋଗଦେବା ପରେ ଆରପିଏନ ସିଂ କହିଛନ୍ତି ଯେ ଗତ ସାତ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସମଗ୍ର ଦେଶ ଉତ୍ତରପ୍ରଦେଶର ବିକାଶ ଦେଖିଛି। ପୁର୍ବାଞ୍ଚଳରେ ଯେଉଁ ଯୋଜନାଗୁଡିକ ସ୍ୱପ୍ନରେ ଦେଖାଯାଇଥିଲା, ଆଜି ଲୋକମାନେ ସେମାନଙ୍କୁ ବାସ୍ତବରେ ଦେଖିଛନ୍ତି । ଗତ ପାଞ୍ଚ ବର୍ଷ ମଧ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଯେପରି କରାଯାଇଥିଲା, ସମଗ୍ର ଦେଶ ଏହାକୁ ଦେଖିଛି । ଅନ୍ୟପଟେ କଂଗ୍ରେସ ମୁଖପାତ୍ର ଶଶି ୱାଲିଆ ଏବଂ ରାଜେନ୍ଦ୍ର ଆୱାନା ମଧ୍ୟ ଆରପିଏନ ସିଂଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି। ରାଜେନ୍ଦ୍ର ଆୱାନା କଂଗ୍ରେସର ରାଜ୍ୟ ସଚିବ ଥିଲେ।

Related Posts