ୟୁପି ପଲିଟିକ୍ସ; ୨୦ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କଲା ଜେଡିୟୁ; ଯୋଗୀଙ୍କ ବିରୋଧରେ ପ୍ରଚାର କରିବେ ନୀତିଶ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଜନତା ଦଳ ୟୁନାଇଟେଡ ନିଜର ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି । ଏ ଖବର ସାମ୍ନାକୁ ଆସିବା ପରେ ଉତ୍ତରପ୍ରଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ସେପଟେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସର ନିର୍ବାଚନମଣ୍ଡଳୀ ପରସ୍ପର ବିରୋଧରେ ଲଢ଼େଇ କରୁଥିବାର ଦେଖିବାକୁ ମିଳିଛି । ବିହାର ଏନଡିଏରେ ବିଜେପି ସହିତ ସରକାର ଚଳାଉଥିବା ଜନତା ଦଳ ୟୁନାଇଟେଡ ଏହାର ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି।

ଏପରି କରି ଜେଡିୟୁ ବିଜେପି ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛି । ଏପରିକି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିର୍ବାଚନ ପ୍ରଚାର ମଧ୍ୟ ସ୍ଥିର ହୋଇଥିବାର କଥା ସାମ୍ନାକୁ ଆସିଛି । ଏ ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଏହା ସାରା ଦେଶର ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।

Related Posts