ୟୁପି ପଲିଟିକ୍ସ; ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ଅଖିଳେଶ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହେବା ପରେ ସମସ୍ତ ରାଜନୈତିକ ଦଳ ଚଳଚଞ୍ଚଳ ହୋଇ ଉଠିଛନ୍ତି । ସେପଟେ ଫେବୃଆରୀ ୧୦ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ପ୍ରାୟ ସମସ୍ତ ଦଳ ପ୍ରଥମ ପର୍ଯ୍ୟାୟର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ଏହା ମଧ୍ୟରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ତେବେ ଅଖିଳେଶ ଯାଦବ ମଧ୍ୟ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ହେଲେ ଅଖିଳେଶ କେଉଁ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇ ନାହିଁ ବୋଲି ସୂଚନା ମିଳିଛି । ସେପଟେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମନ୍ତ୍ରୀ ମୋହସିନ ରଜା ଅଖିଳେଶଙ୍କ ଏପରି ପଦକ୍ଷେପରେ ପ୍ରତିକ୍ରିୟା ଦେଇଛନ୍ତି ।

ତେବେ ଅଖିଳେଶ ଯାଦବ ନିଜ ଇଚ୍ଛାରେ ନିର୍ବାଚନ ଲଢ଼ିବାକୁ ଯାଉନାହାନ୍ତି । କାରଣ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢ଼ିବା ନେଇ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଥିଲେ । ପରେ ଏଖବର ସାମ୍ନାକୁ ଆସିବା ପରେ ଅଖିଳେଶ ଯାଦବଙ୍କୁ ମଧ୍ୟ ନିର୍ବାଚନ କାହିଁକି ଲଢ଼ୁନାହାନ୍ତି ବୋଲି ତାଙ୍କ ଦଳର ସଦସ୍ୟମାନେ ପ୍ରଶ୍ନ କରିଥିବେ । ତେଣୁ ସେ ନିର୍ବାଚନ ଲଢ଼ିବାକୁ ସ୍ଥିର କରିଛନ୍ତି । ଏହା ସହ ମୋତେ ଲାଗୁ ନାହିଁ କି ଅଖିଳେଶ ନିର୍ବାଚନ ଲଢ଼ିବାକୁ ପସନ୍ଦ କରୁଥିବେ । କାରଣ ନିର୍ବାଚନ ଲଢ଼ୁଥିବା ବ୍ୟକ୍ତିମାନେ ସବୁବେଳେ ଲୋକଙ୍କ ସାଙ୍ଗରେ ଥାନ୍ତି ବୋଲି ବିଜେପି ନେତା ମୋହସିନ ରଜା କହିଛନ୍ତି ।

Related Posts