ଉତ୍ତରାଖଣ୍ଡ ପଲିଟିକ୍ସ; ମୁଖ୍ୟମନ୍ତ୍ରୀ ଧାମିଙ୍କୁ ସାକ୍ଷାତ କଲେ ବିପିଦ ରାୱତଙ୍କ ଭାଇ, ସେପଟେ ବିଜେପିରେ ମିଶିବା ନେଇ ଚର୍ଚ୍ଚା

ଉତ୍ତରାଖଣ୍ଡ(ସତ୍ୟପାଠ ବ୍ୟୁରୋ): ଦେଶର ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ସମସ୍ତ ରାଜନୈତିକ ଦଳ ବେଶ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଏହାମଧ୍ୟରେ ସ୍ୱର୍ଗତ ବିପିନ ରାୱତଙ୍କ ଭାଇ କର୍ଣ୍ଣଲ ବିଜୟ ରାୱତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ ସାକ୍ଷାତ କରିଥିବାର କଥା ସାମ୍ନାକୁ ଆସିଛି । ଏ ଖବର ସାମ୍ନାକୁ ଆସିବା ପରେ କର୍ଣ୍ଣଲ ବିଜୟ ରାୱତ ବିଜେପିରେ ମିଶିବା ନେଇ କଳ୍ପନା ଜଳ୍ପନା ଚାଲିଛି । ସେପଟେ ଆମ ପରିବାରର ବିଚାରଧାରା ବିଜେପି ସହ ମିଶୁଛି । ମୁଁ ବିଜେପି ପାଇଁ କାମ କରିବାକୁ ଚାହୁଁଛି । ଯଦି ବିଜେପି କୁହେ ତାହାଲେ ମୁଁ ନିର୍ବାଚନ ମଧ୍ୟ ଲଢ଼ିବି ବୋଲି କର୍ଣ୍ଣଲ ବିଜୟ ରାୱତ କହିଛନ୍ତି ।

ଅନ୍ୟପଟେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ମଧ୍ୟ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ବିପିନ ରାୱତ ଏବଂ ତାଙ୍କ ପରିବାର ଦ୍ୱାରା କରାଯାଇଥିବା ଦେଶସେବାକୁ ଆମେ ସମସ୍ତେ ସମ୍ମାନ ଜଣାଉଛୁ । ମୁଁ ସେମାନଙ୍କ ସ୍ୱପ୍ନ ଅନୁଯାୟୀ ଉତ୍ତରାଖଣ୍ଡକୁ ନିର୍ମାଣ କରିବାକୁ ଚେଷ୍ଟା କରିବି ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ କହିଛନ୍ତି । ସେପଟେ ଫେବୃଆରୀ ୧୪ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ମାର୍ଚ୍ଚ ୧୦ ତାରିଖରେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବାକୁ ଯାଉଛି । ଏହା ମଧ୍ୟରେ ଏପରି ଖବର ସାମ୍ନାକୁ ଆସିବା ରାଜନୈତିକ ମାହୋଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts