ୟୁପି ପିଲିଟିକ୍ସ; ଘର ଘର ବୁଲି ପ୍ରଚାର କଲେ ଗୃହମନ୍ତ୍ରୀ ସେପଟେ ନିର୍ବାଚନ ଆୟୋଗର କୋଭିଡ ନିୟମକୁ କଲେ ସିଧାସଳଖ ଉଲ୍ଲଂଘନ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଅନେକ ନେତା ବିଭିନ୍ନ ସ୍କିମ ନେଇ ଲୋକଙ୍କ ପାଖକୁ ଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି । ଏପରିକି ନିର୍ବାଚନ ପାଖେଇ ଆସୁଥିବାରୁ ଘରକୁ ଘର ଯାଇ ମଧ୍ୟ ନେତାମାନେ ପ୍ରଚାର କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ଗୃହମନ୍ତ୍ରୀ ମଧ୍ୟ ଘରକୁ ଘର ଯାଇ ନିର୍ବାଚନୀ ପ୍ରଚାର କରୁଥିବାର ଦେଖିବାକୁ ମିଳିଛି । ଗୃହମନ୍ତ୍ରୀ ନିର୍ବାଚନୀ ମଇଦାକୁ ଓହ୍ଲାଇଥିବାରୁ ଅନେକ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା । ଏପରିକି କୋଭିଡ ଗାଇଡଲାଇନକୁ କେହି ପାଳନ କରୁନଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଏ ଖବର ସମ୍ନାକୁ ଆସିବା ପରେ ବିରୋଧୀ ଦଳ ଶାସକ ଦଳକୁ ଟାର୍ଗେଟ କରିବାରେ ଲାଗିଛନ୍ତି ।

ସେପଟେ ଲୋକଙ୍କ ଘରକୁ ଘର ଯାଇ ଗୃହମନ୍ତ୍ରୀ ସରକାରଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ବିଷୟରେ କହିଥିଲେ । କୋଭିଡ ନିୟମକୁ ଯଦି ଆମେ ଦେଖିବା ତାହାଲେ କେବଳ ପାଞ୍ଚ ଜଣ ପ୍ରଚାର ମଇଦାନକୁ ଓହ୍ଲାଇ ପାରିବେ । କିନ୍ତୁ ଗୃହମନ୍ତ୍ରୀ ଏହି ନିୟମକୁ ଫୁ କରି ପ୍ରଚାର କରିବାରେ ଲାଗିଥିଲେ । ଗୃହମନ୍ତ୍ରୀ କୈରାନରେ କରିଥିବା ଏହି ପ୍ରଚାରର ଚିତ୍ର ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରିବୁଲୁଛି । କିଏ ଏହାକୁ ଓମିକ୍ରନ ବ୍ୟାପିବାର କାରଣ କରୁଛି ତ ଆଉ କିଏ ପଶ୍ଚିମବଙ୍ଗରେ ବ୍ୟାପିଥିବା ଦ୍ୱିତୀୟ ଲୋହର ସହ ତୁଳନା କରୁଛି ।

Related Posts