ୟୁପି ପଲିଟିକ୍ସ; ଯୋଗୀଙ୍କ ସହ ମୁଁ ବିତର୍କ କରିବାକୁ ଚାହେଁ; ବିତର୍କ ପରେ ଲୋକମାନେ ଜାଣିଯିବେ କିଏ ଚାକିରି ଦେବା ପାଇଁ ସର୍ବୋତ୍ତମ ବ୍ୟକ୍ତି: ଚନ୍ଦ୍ରଶେଖର ଆଜାଦ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି । ଏନେଇ ରାଜ୍ୟରେ ରାଜନୀତି ମଧ୍ୟ ବେଶ ଚଳଚଞ୍ଚଳ ହୋଇ ଉଠିଛି । ଏହା ମଧ୍ୟରେ ଆଜାଦ ସମାଜ ପାର୍ଟିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ତେବେ ଯୋଗୀଙ୍କ ସହ ମୁଁ ଏକ ବିତର୍କ କରିବାକୁ ଚାହେଁ । ତାହାଲେ ଲୋକମାନେ ଚାକିରି ଦେବା ପାଇଁ ସଠିକ ବ୍ୟକ୍ତି କିଏ ତାହା ଜାଣିପାରିବେ । ମୋର ବିଶ୍ୱାସ ଅଛି ସେ ମୋତେ ପରାସ୍ତ କରିପାରିବେ ନାହିଁ ବୋଲି ଆଜାଦ ସମାଜ ପାର୍ଟିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ କହିଛନ୍ତି । ସେପଟେ ନିର୍ବାଚନ ଲଢ଼ିବାକୁ ଯୋଗୀ ମଥୁରା କିମ୍ବା ଅଯୋଧ୍ୟା ଛାଡ଼ି ଏଥର ଗୋରଖପୁରକୁ ବାଛିଛନ୍ତି । ଏହା ପରେ ମୁଁ ମଧ୍ୟ ସେହି ସ୍ଥାନରୁ ପ୍ରତିଦ୍ୱନ୍ଦ୍ୱିତା କରିବି ବୋଲି ଘୋଷଣା କରିଦେଇଥିଲି ବୋଲି ଆଜାଦ କହିଛନ୍ତି ।

କେବଳ ଏତିକି ନୁହେଁ ବରଂ ଏକ ସମୟ ଆସିବ ଯେତେବେଳେ ଯୋଗୀ ନିଜ କ୍ଷମତାର ଅହଂକାର କାରଣରୁ ନିର୍ବାଚନରେ ପରାଜୟ ବରଣ କରିବେ ବୋଲି ଆଜଦ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଉତ୍ତରପ୍ରଦେଶ ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ଅନ୍ୟପଟେ ଆଜାଦ ସମାଜ ପାର୍ଟି ଚଳିତଥର ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଡେବ୍ୟୁ କରିବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ଦଳ ୩୫ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି । ତେବେ ଚଳିତଥର ଭାରତୀୟ ଜନତା ପାର୍ଟି ହିଁ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେବ ବୋଲି ଆଜାଦ ସମାଜ ପାର୍ଟିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ କହିଛନ୍ତି ।

Related Posts