ମାୟାବତୀଙ୍କ ୯ ବିଏସପି ବିଧାୟକ ଅଖିଳେଶଙ୍କୁ ଭେଟିବା କଥା ସାମ୍ନାକୁ ଆସିବା ପରେ ୟୁପି ରାଜନୀତି ସରଗରମ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଆସନ୍ତା ୨୦୨୨ ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ରାଜନୀତି ବେଶ୍ ସରଗରମ ହୋଇଉଠିଛି । ଏପରିସ୍ଥିତିରେ ମାୟାବତୀଙ୍କ ପାର୍ଟିର ୯ ଜଣ ବିଧାୟକ ଅଖିଳେଶ ଯାଦବଙ୍କୁ ଭେଟି ଥିବାର ସୂଚନା ମିଳିଛି । ତେବେ ୨୦୧୭ ମସିହା ବିଧାନସଭା ନିର୍ବାଚନରେ ବହୁଜନ ସମାଜ ପାର୍ଟି ୧୯ଟି ଆସନ ଜିତିଥିଲା ​​କିନ୍ତୁ ଉପ-ନିର୍ବାଚନରେ ​​ଗୋଟିଏ ହାରିଯାଇଥିଲା । ବର୍ତ୍ତମାନ ଉତ୍ତରପ୍ରଦେଶ ବିଧାନସଭାରେ ଏହି ଦଳର 18 ଜଣ ବିଧାୟକ ଅଛନ୍ତି । ଅପରିପକ୍ଷେ ଗତ ଚାରି ବର୍ଷ ମଧ୍ୟରେ ମାୟାବତୀ ୧୧ ଜଣଙ୍କୁ ବହିଷ୍କାର କରିଥିବାର କଥା ମଧ୍ୟ ସାମ୍ନାକୁ ଆସିଛି । ଅନ୍ୟପଟେ ଆଜି ବହୁଜନ ସମାଜ ପାର୍ଟି ବିଧାୟକମାନେ ସମାଜବାଡି ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ସାକ୍ଷାତ କରିଥିବାର କଥା ସାମ୍ନାକୁ ଆସିଛି । ଆସନ୍ତା ବର୍ଷ ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ରାଜନୌତିକ ସମୀକରଣ ଉପରେ ପ୍ରଭାବ ପକାଇବା ପାଇଁ ଏହି ସାକ୍ଷାତ ର ମୂଳ ଲକ୍ଷ୍ୟ ବୋଲି ଅନୁମାନ କରାଯାଉଛି । ସବୁଠାରୁ ରୋଚକ କଥାଟି ହେଉଛି ନିକଟରେ ବିଏସପି ମୁଖ୍ୟ ମାୟାବତୀ ଏହି ବିଧାୟକମାନଙ୍କୁ ବହିଷ୍କାର କରିଥିଲେ।
କେବଳ ଏତିକି ନୁହେଁ ବରଂ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ମାୟାବତୀ ନିକଟରେ ଦୁଇଜଣ ବରିଷ୍ଠ ବିଧାୟକଙ୍କୁ ବରଖାସ୍ତ କରିଥିବାର ସୁଚନା ମିଳିଛି । ସେହିପରି ଗତ ବର୍ଷ ରାଜ୍ୟସଭା ନିର୍ବାଚନ ସମୟରେ ୭ଜଣ ବିଧାୟକ ବିଦ୍ରୋହ କରିଥିଲେ ଏବଂ ସେମାନଙ୍କୁ ବହିଷ୍କାର କରାଯାଇଥିଲା।

Related Posts