ଦେଶରେ ଉପର ତଳ ହେଉଛି କରୋନାର ଦୈନିକ ସଂକ୍ରମଣ: 24 ଘଣ୍ଟା ମଧ୍ୟରେ 2,628 ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ର ଦୈନିକ ସଂକ୍ରମଣ ହାର ବଢୁଛି ଓ କମୁଛି | ଦିନେ ସଂକ୍ରମଣ କମିଲେ ଆଉ ଦିନେ ବଢୁଛି । ତେବେ ଗତ କିଛି ଦିନ ହେବ ବଢୁଥିବା ସଂକ୍ରମଣରେ ବ୍ରେକ ଲାଗିଛି | ଗତ 24 ଘଣ୍ଟା ମଧ୍ୟରେ ଦେଶରେ 2,628 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି |

ତେବେ ସଂକ୍ରମଣ ବୃଦ୍ଧି ହୋଇଥିଲେ ମଧ୍ୟ କୋରୋନା ଜନିତ ମୃତ୍ୟୁସଂଖ୍ୟା ମଧ୍ୟ ପୂର୍ବ ଦିନ ଅପେକ୍ଷା ଅଧିକ ରହିଛି । ଦିନକରେ 18 ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ ସକ୍ରିୟ ମାମଲା ଏବେ 15 ହଜାର ଉପରେ ରହିଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 15,414 ରହିଛି । ଦେଶରେ ଏଯାବତ 42604881ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି । ଏବଂ 524525 ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 1,92,82,03,555 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି ।

Related Posts