UPSC ବାଛିବ ପୋଲିସ ମୁଖିଆ

କୌଣସି ରାଜ୍ୟରେ ପୋଲିସ୍‌ ମୁଖିଆ ବା ଡିଜିପି ଚୟନ ବରିଷ୍ଠତା ଭିତ୍ତିରେ ହୁଏ । ଏଥିରେ ସାଧାରଣତଃ ସେହି ରାଜ୍ୟର ସରକାର ବା ମୁଖ୍ୟମନ୍ତ୍ରୀଙ୍କର ଭୂମିକା ଥାଏ ଗୁରୁତ୍ବପୂର୍ଣ୍ଣ । କିନ୍ତୁ ଏ ଦିଗରେ ବିହାର ସରକାର ଆରମ୍ଭ କରିଛନ୍ତି ଏକ ନୂଆ ଅଭିଯାନ । ରାଜ୍ୟରେ ପୋଲିସ୍‌ ମହାନିର୍ଦ୍ଦେଶକ ଅର୍ଥାତ୍‌ ଡିଜିପିଙ୍କର ଚୟନ ଏବେ ୟୁନିୟନ୍‌ ପବ୍ଲିକ୍‌ ସର୍ଭିସ୍‌ କମିସନ ବା ଲୋକ ସେବା ଆୟୋଗ ମାଧ୍ୟମରେ ହେବ ।

ଏମିତି କରି ବିହାରର ନୀତୀଶ ସରକାର ନେଇଛନ୍ତି ଏକ ନିଆରା ପଦକ୍ଷେପ । ବିହାରର ବର୍ତ୍ତମାନ ଡିଜିପି କୃଷ୍ଣ ସ୍ବରୂପ ଦ୍ବିବେଦୀ ଜାନୁୟାରୀ 31ରେ ଅବସର ନେଉଛନ୍ତି । ତାଙ୍କ ସ୍ଥାନରେ ନୂଆ ଡିଜିପି ଚୟନ ଲାଗି ବିହାର ସରକାର 5 ଜଣ ବରିଷ୍ଠ IPS ଅଧିକାରୀଙ୍କ ନାମ UPSCକୁ ପଠାଇଛି । UPSC ଏହି ନାମରୁ 3ଟି ନାମର ଚୟନ କରି ବିହାର ସରକାରଙ୍କୁ ପଠାଇବ ।
ଏହି 3ଜଣଙ୍କ ମଧ୍ୟରୁ ଜଣଙ୍କୁ ବିହାର ସରକାର ଡିଜିପି କରିବେ ।

ବିହାର ସରକାର ୟୁପିଏସ୍‌ସିକୁ ଯେଉଁ ପାଞ୍ଚ ଜଣ ଆଇପିଏସ୍‌ ଅଧିକାରୀଙ୍କ ନାମ ପଠାଇଛନ୍ତି ସେମାନେ ହେଲେ ରାଜେଶ ରଞ୍ଜନ, ରାଜେଶ ଚନ୍ଦ୍ରା, ଆର୍‌କେ ମିଶ୍ରା, ସୁନୀଲ କୁମାର ଓ ଗୁପ୍ତେଶ୍ବର ପାଣ୍ଡେୟ । ଏହି ନାମରେ ସବୁଠାରୁ ଅଧିକ ଚର୍ଚ୍ଚା ସୁନୀଲ କୁମାରଙ୍କୁ ନେଇ ହେଉଛି । ତେବେ ଏମାନଙ୍କ ମଧ୍ୟରୁ ଯିଏ ବି ବିହାର ପୋଲିସର ମୁଖିଆ ହେବେ, ତାଙ୍କର କାର୍ଯ୍ୟକାଳ 3 ବର୍ଷର ହେବ ।

Related Posts