ଭାରତକୁ ନାଟୋରେ ସାମିଲ କରିବାକୁ ଉଦ୍ୟମ କରୁଛି ଆମେରିକା: ରୁଷ ବୈଦେଶିକ ମନ୍ତ୍ରୀ

ମସ୍କୋ : ଋଷ ଓ ୟୁକ୍ରେନ ମଧ୍ୟରେ ଜାରୀ ରହିଛି ଯୁଦ୍ଧ । ତେବେ ଯାହାକି ନେଇ ଋଷ ଅନେକ ଦେଶ ସହ ଶତ୍ରୁତା ନିଜ ଆଡକୁ ଟାଣି ଥିବା ବେଳେ, ଏବେ ଋଷ କୁ ଆଉ ଏକ ଚିନ୍ତା ଘାରିଛି । ତାହା ହେଉଛି ଭାରତକୁ ନାଟୋରେ ସାମିଲ କରିବାକୁ ଆମେରିକାର ଉଦ୍ୟମ । ଚୀନ ଓ ରୁଷକୁ ଘେରିବାକୁ ଆମେରିକା ଏହି ନୂଆ ଚକ୍ରାନ୍ତ କରୁଛି ବୋଲି ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି ।

ଚଳିତ ୟୁକ୍ରେନ ଯୁଦ୍ଧରେ ରୁଷ ସମଗ୍ର ବିଶ୍ବରେ ଏକୁଟିଆ ହୋଇଯାଇଥିବା ବେଳେ ପ୍ରକୃତ ବନ୍ଧୁ ଭାବେ ଭାରତ ହିଁ ରୁଷ ପଛରେ ଛିଡ଼ା ହୋଇଛି । ଏହା ଆମେରିକାକୁ ବିବ୍ରତ କରିଛି । ଏଣୁ ଚୀନକୁ ନେଇ ଚିନ୍ତିତ ଥିବା ଭାରତକୁ ଯଦି ନାଟୋରେ ସାମିଲ କରିଦିଆଯାଏ, ତେବେ ରୁଷ ନିଜର ସବୁଠାରୁ ବଡ଼ ବନ୍ଧୁକୁ ହରାଇବାର ଆଶଙ୍କା ରହିଛି । ଏହା ହିଁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସବୁଠାରୁ ଅଧିକ ବିବ୍ରତ କରିଚାଲିଛି ।

ରୁଷ ବୈଦେଶିକ ମନ୍ତ୍ରୀ ଲୋଭରୋଭ କହିଛନ୍ତି ଯେ ଦକ୍ଷିଣ ଚୀନ ସାଗରରେ ନାଟୋ ଏବେ ସକ୍ରିୟ ହୋଇଉଠିଛି । ଚୀନକୁ ଟାର୍ଗେଟ କରିବାକୁ ଏହା କରାଯାଉଛି । କିନ୍ତୁ ନାଟୋର ଏହି ଉଦ୍ୟମ ନିଆଁ ସହ ଖେଳିବା ଭଳି । ଭାରତକୁ ରୁଷ ବିରୋଧୀ ଓ ଚୀନ ବିରୋଧୀ ମେଣ୍ଟରେ ସାମିଲ କରିବାକୁ ଆମେରିକା ଉଦ୍ୟମ କରିଚାଲିଛି ।

ଏହି କାରଣରୁ ରୁଷ ଚୀନ ସହିତ ଘନିଷ୍ଠ ସାମରିକ ସଂପର୍କ ରଖିଛି ଓ ନିୟମିତ ଭାବେ ଯୁଦ୍ଧାଭ୍ୟାସ କରୁଛି ବୋଲି ସେ କହିଛନ୍ତି

Related Posts