ଆତ୍ମହତ୍ୟା କଲେ ଉତ୍ତରପ୍ରଦେଶର ଜଣେ ବିଜେପି ନେତ୍ରୀ

ନୂଆଦିଲ୍ଲୀ: ଆତ୍ମହତ୍ୟା କଲେ ଉତ୍ତର ପ୍ରଦେଶର ବାନ୍ଦାରେ ଜଣେ ବିଜେପି ନେତ୍ରୀ । ସେ ଜଣେ ଅବସରପ୍ରାପ୍ତ ଆଇପିଏସ ଅଧିକାରୀଙ୍କ ବୋହୂ ତଥା ବିଜେପି ଜିଲ୍ଲା ପଞ୍ଚାୟତ ସଦସ୍ୟ । ତେବେ ତାଙ୍କ ମୃତଦେହ ପଙ୍ଖାରେ ଝୁଲିଥିବା ଅବସ୍ଥାରେ ଉଦ୍ଧାର ହୋଇଛି । ପତି-ପତ୍ନୀଙ୍କ ମଧ୍ୟରେ ବିବାଦ ଏବଂ ତିକ୍ତତା ଆତ୍ମହତ୍ୟାର କାରଣ ବୋଲି କୁହାଯାଉଛି। କିନ୍ତୁ ଘଟଣା ପରେ ପତି ଫେରାର ହୋଇ ଯାଇଛନ୍ତି। ଏହାର ସୂଚନା ମିଳିବା ମାତ୍ରେ ଏସପି ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।

ପୋଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ମୃତ୍ୟୁର ୨୦ ଘଣ୍ଟା ପୂର୍ବରୁ ବିଜେପି ନେତ୍ରୀ ଫେସବୁକ ପୋଷ୍ଟ ଜରିଆରେ ଇସାରା ଇସାରାରେ ନିଜ ମନା କଥା କହିଛନ୍ତି। ଏହାକୁ ପଢିବା ପରେ ଲୋକେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ବିଜେପି ନେତ୍ରୀ ଶ୍ଵେତା ସିଂହ ଗୌର ବାନ୍ଦାର ଯଶପୁରାରୁ ଜିଲ୍ଲା ପଞ୍ଚାୟତ ସଦସ୍ୟ ଅଛନ୍ତି। ସେ ପୂର୍ବତନ ଆଇପିଏସ ରାଜବାହାଦୂର ସିଂହଙ୍କ ବୋହୂ। ତାଙ୍କ ବାସଭବନରେ ଦୁଇ ପୁଅ ଏବଂ ବୋହୂ ରହୁଥିଲେ। ସର୍ବଦା ସାମାଜିକ ଗଣମାଧ୍ୟମରେ ଖୁବ୍ ସକ୍ରିୟ ରହୁଥିବା ଶ୍ଵେତା ନିଜ ମୃତ୍ୟୁର ଭବିଷ୍ୟତବାଣୀ ଫେସବୁକ ପୋଷ୍ଟ ଜରିଆରେ କରି ସାରିଥିଲେ।

ଶ୍ଵେତା ସିଂହ ଏବଂ ତାଙ୍କ ପତି ଦୀପକ ସିଂହ ଉଭୟ ବିଜେପିର କର୍ମୀ ଥିଲେ। ତେବେ ପୋଲିସର ପ୍ରାରମ୍ଭିକ ତଦନ୍ତ ଅନୁସାରେ ଅନେକ ମାସ ହେବ ଉଭୟଙ୍କ ମଧ୍ୟରେ ମତାନ୍ତର ଥିଲା। ଗତ ରାତିରେ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ମର୍ମାହତ ହୋଇ ଶ୍ଵେତା ସିଂହ ଘର ପଙ୍ଖାରେ ଫାଶି ଗଲାଇ ଆତ୍ମହତ୍ୟା କରିଛନ୍ତି।

ଆତ୍ମହତ୍ୟା କରିବା ପୂର୍ବରୁ ଶ୍ଵେତ ଗତକାଲି ଫେସବୁକ ପୋଷ୍ଟରେ ଲେଖିଥିଲେ ଯେ, ଆହତ ନାଗୁଣୀ ଏବଂ ସିଂହୀ, ଅପମାନିତ ମହିଳାଙ୍କୁ ଡରିବା ଉଚିତ୍।

Related Posts