ରାହୁଲଙ୍କୁ ପଛରେ ପକାଇଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ: ଟ୍ବିଟରରେ ବଢ଼ୁଛି ପ୍ରଶଂସକ ସଂଖ୍ୟା

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମ ଟ୍ବିଟରରେ ଏବେ ରାଜ୍ କରୁଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତାଙ୍କ ପ୍ରଶଂସକ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯୋଗୀଙ୍କୁ ୨ କୋଟି ୨୫ ଲକ୍ଷ ଲୋକ ଟ୍ବିଟରରେ ଫଲୋ କରୁଛନ୍ତି।

ତେବେ ଫଲୋଅର୍ସ ଦୃଷ୍ଟିରୁ ସେ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ସପା ମୁଖ୍ୟ ଅଖିଳେଶ ଯାଦବ, ବସପା ମୁଖ୍ୟ ମାୟାବତୀ ପ୍ରମୁଖଙ୍କୁ ଟପିଯାଇଛନ୍ତି।

ରାହୁଲ ଗାନ୍ଧିଙ୍କର ଫଲୋଅର୍ସ ସଂଖ୍ୟା ୨ କୋଟି ୨୦ ଲକ୍ଷ ଥିବାବେଳେ ତାଙ୍କ ପଛକୁ ଅଖିଳେଶଙ୍କ ଫଲୋଅର୍ସ ସଂଖ୍ୟା ୧ କୋଟି ୭୬ ଲକ୍ଷ, ପ୍ରିୟଙ୍କା‌ ଗାନ୍ଧିଙ୍କର ୫୧ ଲକ୍ଷ ଏବଂ ମାୟାବତୀଙ୍କର ୨୯ ଲକ୍ଷ ଫଲୋଅର୍ସ ରହିଛନ୍ତି।

Related Posts