୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ମିଳିବ ମାଗଣା ଟୀକା: କେଜ୍ରିୱାଲ

arvind

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବଡ ଘୋଷଣା । ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ମାଗଣାରେ ଟୀକାକରଣ କରାଯିବ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ । ତେବେ ଏହା ଆସନ୍ତା ଶନିବାର ଠାରୁ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି । ୧.୪୩ କୋଟି ଟୀକା ପାଇଁ ଅନୁମୋଦନ ଦେବା ସହ ଖୁବଶୀଘ୍ର ଲୋକମାନଙ୍କ ନିକଟରେ ଦିଆଯିବା ପାଇଁ ଚେଷ୍ଟା କରିଛୁ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ତେବେ ଏହା କେବଳ ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ ଡାକ୍ତରଖାନା ପାଇଁ ହିଁ ଉପଲବ୍ଧ । ବେସରକାରୀ ଡାକ୍ତରଖାନା ମାନଙ୍କର ଏହାର ଦେୟ ଦେବାକୁ ପଡିବ ବୋଲି ସ୍ପଷ୍ଟ କରିଛନ୍ତି । ଏହା ସହ ଟୀକା ନିର୍ମାଣକାରୀ ସଂସ୍ଥାମାନଙ୍କୁ ଟୀକାର ଦାମ ହ୍ରାସ କରି ୧୫୦ ରଖିବାକୁ ନିବେଦନ କରିଛନ୍ତି । ଏବଂ ମହାମାରୀ ସମୟରେ ନିଜର ଲାଭକୁ ନ ଦେଖି ଲୋକମାନଙ୍କର ଜୀବନକୁ ଦେଖିବା ପାଇଁ କହିଛନ୍ତି । ଅନ୍ୟପଟେ ସେରମ ଇନଷ୍ଟିଚ୍ୟୁଟ କମ୍ପାନୀ ଟୀକା ପ୍ରତି ୪୦୦ ଟଙ୍କା ରଖିଥିବା ବେସରକାରୀ ହସ୍ପିଟାଲ ମାନଙ୍କୁ ୬୦୦ ଟଙ୍କାର ମୁଲ୍ୟ ନିର୍ଦ୍ଧାରଣ କରିଛି । ସେହିପରି ଭାରତ ବାୟଟେକ ନିଜର କୋଭାକ୍ସିନକୁ ୬୦୦ ଟଙ୍କା ରଖିଥିବା ବେଳେ ବେସରକାରୀ ଡାକ୍ତରଖାନା ମାନଙ୍କ ପାଇଁ ୧୨୦୦ ଟଙ୍କାର ମୂଲ୍ୟ ନିର୍ଦ୍ଧାରଣ କରିଛି।

Related Posts