ଓଡିଶାରେ କରୋନା ଏବେ ପ୍ଲାଟୋ ଷ୍ଟେଜ୍ ରେ : ଡିଏମଇଟି ନିର୍ଦ୍ଦେଶକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଓଡିଶାରେ କରୋନା ଏବେ ପ୍ଲାଟୋ ପର୍ଯ୍ୟାୟରେ ରହିଛି । ବିଗତ ଦୁଇରୁ ତିନି ଦିନ ହେବ ରାଜ୍ୟରେ ଗୋଟିଏ ସ୍ତରରେ ରହୁଛି ସଂକ୍ରମଣ । ଯେହେତୁ ଗତ ୫ ଦିନ ହେବ ଗୋଟିଏ ସ୍ଥରରେ ସଂକ୍ରମଣ ରହୁଛି ତେଣୁ ଡିଏମଇଟି ନିର୍ଦ୍ଦେଶକ ପ୍ରଫେସର ସିବିକେ ମହାନ୍ତି ଏହାକୁ ପ୍ଲାଟୋ କୁହାଯାଉଛି ବୋଲି କହିଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ DMET ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି ଆଗାମୀ ଦିନମାନଙ୍କରେ ଏହି ସ୍ଥିତି ବା ପରିସଂଖ୍ୟାନ କମିପାରେ ବୋଲି ଆଶା କରୁଛୁ । । ଭଗବାନ କରନ୍ତୁ, ମହାମାରୀ ତଳ ମୁହାଁ ହେଉ | ଜନସାଧାରଣଙ୍କ ଭିତରେ ସନ୍ଦେହ ପ୍ରକଟ ହେଉଛି ଯେ, ରାଜ୍ୟରେ ଆଇସିୟୁ ବେଡ୍ କମି କମି ଯାଉଛି । ମାତ୍ର ରାଜ୍ୟରେ ଅନେକ ଆଇସିୟୁ ବେଡ୍ ରହିଛି । ଆଗକୁ ଯଦି ସଂକ୍ରମଣ ବଢେ ତେବେ ସେହି ଅନୁପାତରେ ଭେଣ୍ଟିଲେଟର ବଢାଯିବ ବୋଲି ଡିଏମଇଟି ପ୍ରକାଶ କରିଛନ୍ତି । ସୂଚନାନୁସରେ ,ରାଜ୍ୟରେ କରୋନା ଯୋଗୁଁ ୧୯୯୭ ଜଣଙ୍କର ଦେହାନ୍ତ ହୋଇଥିବା ବେଳେ ୫୩ଜଣଙ୍କର ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୪୧୪୦୫୬ ଜଣ । ଏଥି ମଧ୍ୟରୁ ଆକ୍ଟିଭ୍‌ କେସ୍‌ ସଂଖ୍ୟା ୪୯୦୭୫ଟି ରହିଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୩୬୨୯୩୧ଜଣ । ଏବଂ ୯୯୧୭୮୯୪ ସାମ୍ପଲ ରାଜ୍ୟରେ ଟେଷ୍ଟ୍ ହୋଇଛି ।

Related Posts