ଭେଟେରାନ୍ ବଲିଉଡ୍ ଅଭିନେତା ଦିଲ୍ଲୀପ କୁମାରଙ୍କ ପରଲୋକ

(ସତ୍ଯପାଠ ବ୍ଯୁରୋ) ଭୁବନେଶ୍ୱର : ଭେଟେରାନ୍ ବଲିଉଡ୍ ଅଭିନେତା ଦିଲ୍ଲୀପ କୁମାରଙ୍କ ପରଲୋକ। ୯୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ସୂଚନା ମିଳିଛି। ଦୀର୍ଘଦିନ ଧରି ସେ ବୟସ ଜନିତ ରୋଗ ସହ ଲଢ଼େଇ କରି ଆଜି ମୁମ୍ଵାଇର ହିନ୍ଦୁଜା ହସ୍ପିଟାଲରେ ସକାଳ ୭ଟା ୩୦ରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ଦିଲ୍ଲୀପ କୁମାର ନିଧନରେ ବଲିଉଡରେ ଶୋକର ଛାୟା ଖେଳି ଯାଇଛି। ଦୀର୍ଘ ଦିନର ଅସୁସ୍ଥ ଥିଲେ। ଗତ ଜୁନ୍ ୩୦ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡକ୍ଟର ପାର୍କର ଜୋ ତାଙ୍କର ଚିକିତ୍ସା କରୁଥିଲେ। ପାର୍କର ଜୋ ଦିଲ୍ଲୀପ କୁମାରଙ୍କ ପରଲୋକ ବିଷୟରେ ସୂଚନା ଦେଇଛନ୍ତି। ତାଙ୍କ ମୃତ୍ୟୁ ଖବର ଶୁଣି ଚାରିଆଡ଼େ ଶୋକର ଛାୟା ଖେଳିଯାଇଛି। ହିନ୍ଦୀ ସିନେମାର ଟ୍ରାଜେଡି କିଙ୍ଗ ଭାବେ ପରିଚିତ ଦିଲୀପ କୁମାର ଅନେକ ସୁପରହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି। ଏହା ପୂର୍ବରୁ ଜୁନ୍‌ ୬ରେ ମଧ୍ୟ ଶ୍ୱାସ ଜନିତ ସମସ୍ୟା ଯୋଗୁ ଦିଲୀପ କୁମାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହିନ୍ଦୀ ସିନେମା ପ୍ରତି ତାଙ୍କର ଅବଦାନ ପାଇଁ ତାଙ୍କୁ ୧୯୯୪ରେ ଦାଦା ସାହେବ ଫାଲକେ ଓ ୨୦୧୫ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା।୧୯୨୨ ଡିସେମ୍ଵର ୧୧ରେ ଦିଲ୍ଲୀପ କୁମାର ପାକିସ୍ତାନରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ପ୍ରଥମ ନାମ ୟୁସୁଫ ଖାନ୍ ଥିଲା। ପରେ ସେ ସିନେମା ଜଗତରେ ପାଦ ଥାପିବା ପରେ ଦିଲ୍ଲୀପ କୁମାର ନାମରେ ପରିଚିତ ହୋଇଥିଲେ। ୧୯୪୪ରେ ଭାଟା ଫିଲ୍ମ ମାଧ୍ୟମରେ ସେ ଅଭିନୟ ଜଗତରେ ଡେବ୍ୟୁ କରିଥିଲେ। ଅଭିନେତ୍ରୀ ନୂର ଜାହାଁଙ୍କ ସହ ତାଙ୍କର ଯୋଡି ବେଶ୍ ହିଟ୍ ଥିଲା। ଫିଲ୍ମ ଜୁଗୁନୁ ଦିଲ୍ଲୀପ କୁମାରଙ୍କ ପ୍ରଥମ ହିଟ୍ ଫିଲ୍ମ। ତାଙ୍କର ମୁଗଲ-ଏ-ଆଜମ ଫିଲ୍ମ ସୁପରହିଟ୍ ହୋଇଥିଲା। ଦିଲ୍ଲୀପ କୁମାରଙ୍କୁ ୮ଟି ଫିଲ୍ମଫେୟାର ଆୱାର୍ଡ ମିଳିଛି। ସବୁଠାରୁ ଅଧିକ ଆୱାର୍ଡ ଜିତିଥିବା କାରଣରୁ ତାଙ୍କର ନାମ ଗିନିଜ୍ ୱାର୍ଡ ରେକର୍ଡରେ ସ୍ଥାନିତ ହୋଇଛି। ୨୦୦୦ରୁ ୨୦୦୬ ମସିହା ପର୍ଯ୍ୟନ୍ତ ସେ ରାଜ୍ୟସଭାର ସଦସ୍ୟ ଥିଲେ। 

Related Posts