ରାଫେଲ୍‌ ପ୍ରସଙ୍ଗରେ ରାହୁଲଙ୍କୁ ରୂପାଣିଙ୍କ ଟାର୍ଗେଟ୍‌

ରାଫେଲ୍‌ ଡିଲ୍‌ ପ୍ରସଙ୍ଗ ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି । ଭୁବନେଶ୍ବର ଆସିଥିବା ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜେପି ରାଜ୍ୟ କାର୍ଯ୍ୟାଳୟରେ କରିଛନ୍ତି ସାମ୍ବାଦିକ ସମ୍ମଳନୀ । ରାଫେଲ୍‌ ପ୍ରସଙ୍ଗରେ ଚର୍ଚ୍ଚା କରିବା ପାଇଁ କଂଗ୍ରେସ ନେତାଙ୍କୁ ଆହ୍ବାନ ଦେଇଛନ୍ତି ରୂପାଣି ।

ଏହାସହ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ରାଜନୈତିକ ଫାଇଦା ପାଇଁ ମିଛ କହୁଛନ୍ତି ବୋଲି କହିଛନ୍ତି ରୂପାଣି । ‘ରାଫେଲ ଡିଲ୍‌ ନେଇ କୌଣସି ସନ୍ଦେହ ନାହିଁ । ତାହା ସୁପ୍ରିମକୋର୍ଟଙ୍କ ରାୟ ପ୍ରମାଣ କରିଛି । ଚୌକିଦାର ଚୋର ଚୋର ବୋଲି ଯେତେ କହିଲେ ବି ଲୋକେ ଶୁଣିବେ ନାହିଁ । କଂଗ୍ରେସ ଦଳ ହିସାବରେ ଦେଶ ଚାଲିବ ନାହିଁ ।’

Related Posts