ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଆଉ ମାତ୍ର କିଛି ଦିନ ପରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ପ୍ରାୟ ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିସାରିଛନ୍ତି । ଏହା ମଧ୍ୟରେ ବୁଲନ୍ଦସହରର ସ୍ୟାନା ସିଟର ବର୍ତ୍ତମାନର ବିଜେପି ବିଧାୟକ ଦେବେନ୍ଦ୍ର ସିଂହ ଲୋଧୀଙ୍କୁ ବିରୋଧ କରିଥିବାର କଥା ସାମ୍ନାକୁ ଆସିଛି । ସେପଟେ ଏହାର ଲାଭ ଉଠାଇବାରେ ପାଇଁ ପ୍ରସ୍ତୁତ ଅଛନ୍ତି ଏସପି ଓ ଆରଏଲଡି । ତେବେ କିଛି ଦିନ ପୂର୍ବରୁ ବିଧାୟକ ଦେବେନ୍ଦ୍ର ସିଂହ ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଥିଲେ । କିନ୍ତୁ ତାଙ୍କୁ ଗ୍ରାମବାସୀମାନେ ତାଙ୍କ ସାମ୍ନାରେ ବିରୋଧ ପ୍ରଦର୍ଶନ କରିଥିଲେ । ଏହା ସହ ତାଙ୍କ କାର୍ଯ୍ୟକାଳ ମଧ୍ୟରେ କୌଣସି ବିକାଶମୂଳକ କାର୍ଯ୍ୟ କରାଯାଇ ନାହିଁ ବୋଲି ଲୋକମାନେ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ ।
ସେପଟେ ଏହି ବିଶାଳ ବିରୋଧକୁ ଦେଖି ସ୍ୟାନା ବିଧାୟକ ଦେବେନ୍ଦ୍ର ସିଂହ ଆଗକୁ ଏପରି ଘଟିବ ନାହିଁ ବୋଲି ଲୋକମାନଙ୍କୁ ଆଶ୍ୱସ୍ତି ଦେଇଥିଲେ । ତଥାପି ଲୋକମାନେ ତାଙ୍କ ବିରୋଧରେ ପ୍ରଦର୍ଶନ କରିବାରେ ଲାଗିଥିଲେ । ଅନ୍ୟପଟେ ଦେବେନ୍ଦ୍ର ସିଂହ ବୁଲନ୍ଦସହରର ପ୍ରାର୍ଥୀ ଭାବରେ ପୁଣିଥରେ ମନୋନୀତ ହୋଇଛନ୍ତି । ହେଲେ ଏପରି ଘଟଣା ସାମ୍ନାକୁ ଆସିବା ପରେ ବିଜେପି ଚିନ୍ତାରେ ପଡ଼ିଛି । ଅନ୍ୟପକ୍ଷରେ ଭୋଟରଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ବିଜେପି ଅନ୍ୟ ଚାରିଜଣ ବିଧାୟକଙ୍କୁ ଟିକେଟ୍ ଦେଇନାହିଁ।
୨୦୧୭ ରେ ଦେବେନ୍ଦ୍ର ସିଂ ସାୟାନା ଆସନ ଜିତିଥିଲେ। ଗତ ବିଧାନସଭା ନିର୍ବାଚନରେ ଦେବେନ୍ଦ୍ର ସିଂହ ବିଏସପିର ଦିଲନାୱାଜ ଖାନଙ୍କୁ ୭୦ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ଚଳଚଞ୍ଚଳ ହୋଇ ଉଠିଛି । ସେପଟେ ସମାଜବାଦୀ ପାର୍ଟି ଏହାର ଲାଭ ଉଠାଇବା ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛି ।