ଭୁବନେଶ୍ୱର, ୧୮/୧(ସତ୍ୟପାଠ ବ୍ୟୁରୋ): ବିବାଦରେ ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ହ୍ୟୁମାନଙ୍କ ବିରୋଧରେ ତାଙ୍କ ପତ୍ନୀ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଗତ କିଛି ଦିନ ହେବ ପତ୍ନୀଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି ।ଅଭିଯୋଗ ନେଇ କଟକ ଡିସିପିଙ୍କ ଦ୍ବାରସ୍ଥ ହୋଇଛନ୍ତି ହ୍ୟୁମାନ ସାଗରଙ୍କ ପତ୍ନୀ । ମଙ୍ଗଳବାର ଡିସିପିଙ୍କ ଅଫିସ ଯାଇ ସେ ଅଭିଯୋଗ କରିଛନ୍ତି । ଏହାପରେ ଉଭୟ ପତିପତ୍ନୀଙ୍କୁ ମହିଳା ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ କାଉନସିଲିଂ ପାଇଁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ହ୍ୟୁମାନ ସାଗର ହେଉଛନ୍ତି ଓଡ଼ିଶାର ଜଣେ ଲୋକପ୍ରିୟ ଗାୟକ । ନିଜ ଗୀତର ଯାଦୁରେ ସେ ଦର୍ଶକଙ୍କ ମନ ଜିଣିଛନ୍ତି । ତାଙ୍କ ଚମତ୍କାର ସଙ୍ଗୀତ ପାଇଁ ଆଜି ସେ ଓଡ଼ିଶାର ଘରେ ଘରେ ପରିଚିତ । ହ୍ୟୁମାନ ସାଗରଙ୍କ ଘର ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରରେ । ବର୍ତ୍ତମାନ ସେ କଟକର ସେକ୍ଟର-୬ରେ ରହୁଛନ୍ତି । ହ୍ୟୁମାନ ତାଙ୍କ ବାନ୍ଧିବୀ ଶ୍ରେୟାଙ୍କୁ ବିବାହ କରିଥିଲେ । ମାତ୍ର ବର୍ତ୍ତମାନ ହ୍ୟୁମାନ ସାଗର ନିର୍ଯାତନା ଦେଉଥିବା ପତ୍ନୀ ଅଭିଯୋଗ କରିଛନ୍ତି ।
