ବ୍ରିଟେନ୍‌ରେ ବୃଦ୍ଧି ପାଉଛି ଚାଲିବାର ଟ୍ରେଣ୍ଡ: ୩୧% ଲୋକ କରୁଛନ୍ତି ପସନ୍ଦ

ନୂଆଦିଲ୍ଳୀ: ବ୍ରିଟେନ୍‌ରେ ଚାଲିବାର ଟ୍ରେଣ୍ଡ ବୃଦ୍ଧି ପାଉଛି । ରାସ୍ତାରେ ଭିଡ଼ କମ୍‌ କରିବା ଏବଂ ପରିବେଶ ସଂରକ୍ଷଣ ପ୍ରତି ଲୋକଙ୍କ ମନରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏବେ ସାଧାରଣ ଲୋକମାନେ ନିଜ ସଚେତନ ହେବା ସହ ଅନ୍ୟକୁ ସଚେତନ କରିବାକୁ ଯାଇ ଏହି ପ୍ରୟାସ ଆରମ୍ଭ କରିଛନ୍ତି । ଯାହାକୁ ସରକାର ମଧ୍ୟ ଏହାକୁ ପ୍ରୋତ୍ସାହିତ କରୁଛନ୍ତି । ଦେଶର କିଛି ପ୍ରମୁଖ ରାସ୍ତାରେ ଚାଲିବା ଲାଗି ଲୋକଙ୍କ ମନୋବଳ ବୃଦ୍ଧି କରିବାକୁ ଚିତ୍ରକଳା ମଧ୍ୟ ବନାଯାଇଛି ।

ଏ ସଂପର୍କରେ ବର୍ମିଂହାମ୍‌ର କିଙ୍ଗ ହିଥ୍‌ ଅଞ୍ଚଳର ପ୍ରତିନିଧିତ୍ୱ କରୁଥିବା କାଉନ୍‌ସିଲର ଲିଜା ଟ୍ରିକେଟ୍‌ କହିଛନ୍ତି, ବର୍ମିଂହାମ୍‌ର ମୁଖ୍ୟ ସଡ଼କ ଚାଲିବା ଯୋଗ୍ୟ ନୁହେଁ । ତାହା ଧୂଆଁ ଓ ଶବ୍ଦ ପ୍ରଦୂଷଣ କରୁଥିବା କାର୍‌ ଓ ଟ୍ରକ୍‌ଗୁଡ଼ିକ ଦ୍ୱାରା ଭରପୁର ।

ଫୁଟ୍‌ପାଥ୍‌ରେ ଯାତ୍ରୀ ବିଶ୍ରାମାଗାର ରହିଥିବାବେଳେ ସ୍ଥାନେ ସ୍ଥାନେ ଡିଜିଟାଲ ବିଜ୍ଞାପନ ବୋର୍ଡ ଲଗାଯାଇଥିବା ଯୋଗୁ ଚାଲିବା ଅସମ୍ଭବ ହୋଇପଡ଼ିଛି । ଏହା ସତ୍ତେ୍ୱ କିଙ୍ଗ୍‌ସ ହିଥ ଓ ପୂରା ବ୍ରିଟେନ୍‌ରେ ସରକାର ଚାଲିବା ଲାଗି ଲୋକମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି । ଏହା କରୋନା ମହାମାରୀ ଦ୍ୱାରା ଆସିଥିବା ବଡ଼ ପରିବର୍ତ୍ତନ ମଧ୍ୟରୁ ଅନ୍ୟତମ । ସେପଟେ ଲଣ୍ଡନରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଦେଶର ୩୧% ଲୋକ ଚାଲିବାକୁ ପସନ୍ଦ କରୁଛନ୍ତି । ସେମାନଙ୍କର ଯାତ୍ରାର ଦୂରତା ଏକ ମାଇଲ୍‌ ବା ତା’ଠାରୁ ଅଧିକ ରହୁଛି ।

ଉଚ୍ଚବର୍ଗର ଲୋକମାନେ ଯେଉଁମାନେ ଖୁବ୍‌ କମ୍‌ ଚାଲୁଥିଲେ ସେମାନେ ଏବେ ଏହି ଅଭ୍ୟାସକୁ ଗ୍ରହଣ କରିଛନ୍ତି । କିଛି ଅଞ୍ଚଳରେ ସାଇକେଲ ଚଳାଇବା ବଦଳରେ ପାଦରେ ଚାଲି ଯିବାକୁ ପ୍ରୋତ୍ସାହିତ କରାଯାଉଛି । ୨୦୨୦ ମେ ମାସରେ ସରକାର ଚାଲି ଚାଲି ଯାଉଥିବା ଲୋକଙ୍କ ଲାଗି ଏକ ବିଶେଷ ପ୍ୟାକେଜ୍‌ ଘୋଷଣା କରିଥିଲେ । ସେମାନଙ୍କ ଲାଗି ବ୍ୟବସ୍ଥିତ ଲେନ୍‌ ବନାଇବାକୁ ଆଶ୍ୱାସନା ଦେଇଥିଲେ । ୨୦୫୦ ମଧ୍ୟରେ ବ୍ରିଟେନ୍‌ରେ ଅଙ୍ଗାର ନିର୍ଗମନକୁ ଉଲ୍ଲେଖନୀୟ ଭାବେ ହ୍ରାସ କରିବା

Related Posts