ତୃତୀୟ ଲହର ପାଇଁ ଚେତାବନୀ : ୨୪ ଘଣ୍ଟାରେ ରାଜ୍ୟରେ ୧୧୨୯ କୋଭିଡ୍ ଆକ୍ରାନ୍ତ ଚିହ୍ନଟ , ୬୯ ମୃତ , ୬ ହଜାର ପାର କଲା ମୃତ୍ୟୁ ସଂଖ୍ୟା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ସଂକ୍ରମଣ ହାର ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧୨୯ ଜଣ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୫୭ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୪୭୨ ଟି ମାମଲା 

ଲୋକାଲ୍ କେସ୍‌ ରହିଛି। ସେହିପରି ଆଉ ୬୯ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏବେ ୬୧୦୨ କୁ ବୃଦ୍ଧି ପାଇଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ  ସର୍ବାଧିକ ୩୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୧୩୫, ବାଲେଶ୍ୱରରୁ ୭୨, ଜଗତସିଂହପୁରରୁ ୬୩, ଅନୁଗୋଳରୁ ୫୫,ଯାଜପୁରରୁ ୪୮, ବରଗଡ଼ରୁ ୩, ଭଦ୍ରକରୁ ୬୦, ବଲାଙ୍ଗିରରୁ  ୪, ବୌଦ୍ଧରୁ ୪,  ଦେବଗଡ଼ରୁ ୮, ଢେଙ୍କାନାଳରୁ ୭, ଗଞ୍ଜାମରୁ ୨,  ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୧, କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୬୬, କେନ୍ଦୁଝରରୁ ୮, , କୋରାପୁଟରୁ ୨, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୨୦, ନବରଙ୍ଗପୁରରୁ ୫, ନୟାଗଡ଼ରୁ ୨୦, ନୂଆପଡ଼ାରୁ ୩, ପୁରୀରୁ ୪୮, ରାୟଗଡ଼ାରୁ ୬, ସମ୍ବଲପୁରରୁ ୧, ସୋନପୁରରୁ ୫, ସୁନ୍ଦରଗଡ଼ରୁ ୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବଂ ଷ୍ଟେଟ ପୁଲ୍‌ରୁ ୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଥିବା ୬୯ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୩ , ଅନୁଗୋଳ ଜିଲ୍ଲାରେ ୨, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜରେ ୩ , ବଲାଙ୍ଗିର, ନୟାଗଡ଼ରେ ଜଣେ ଲେଖାଏଙ୍କ ମୃତ୍ୟୁ ହୋଇଛି। ଏହାବାଦ କଟକରୁ ୯,ପୁରୀରୁ  ୭, କେନ୍ଦ୍ରାପଡ଼ାରୁ ୬, ଜଗତସିଂହପୁରରୁ ୩, ଢେଙ୍କାନାଳରୁ ୨, ଗଞ୍ଜାମରୁ ୨ , ଯାଜପୁରରୁ ୨,  କଳାହାଣ୍ଡିରୁ ୨, ଆକ୍ରାନ୍ତ ଆଖି ବୁଜିଛନ୍ତି।

ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୧୮୮ ଆକ୍ରାନ୍ତ  ମୃତ୍ୟୁ ହୋଇଥିବା ବେଳେ ଅନୁଗୋଳ ଜିଲ୍ଲାରେ ୨୬୨,ମୟୂରଭଞ୍ଜରେ ୨୧୪ , ବାଲେଶ୍ୱରରେ ୧୯୫, ନୟାଗଡ଼ରେ ୧୫୦,ବଲାଙ୍ଗିରରେ ୧୦୩  , ଭଦ୍ରକରେ  ୮୯ , ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଅନ୍ୟ ପକ୍ଷରେ କଟକରେ ୩୬୬ , ଢେଙ୍କାନାଳରେ ୧୨୭ , ଗଞ୍ଜାମରେ ୪୪୯ ,  ଜଗତସିଂହପୁରରେ ୧୦୬ , ଯାଜପୁରରେ ୭୬ ,  କଳାହାଣ୍ଡିରେ ୨୦୦ , କେନ୍ଦ୍ରାପଡ଼ାରେ ୧୪୫ , ପୁରୀରେ   ୩୭୫ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। 

Related Posts