ନିଜ ଝିଅ ସହ ପଠାନ ଫିଲ୍ମ ଦେଖନ୍ତୁ ଶାହରୁଖ: ଚ୍ୟାଲେଞ୍ଜ ଦେଲେ ମଧ୍ୟପ୍ରଦେଶ ବାଚସ୍ପତି

ଭୁବନେଶ୍ୱର,୨୦/୧୨(ସତ୍ୟପାଠ ବ୍ୟୁରୋ): ଶାହରୁଖ ଖାନ ଓ ଦୀପିକା ପାଦୁକୋନଙ୍କର ପଠାନ ଫିଲ୍ମକୁ ନେଇ ବିବାଦ ଲାଗିରହିଥିବା ବେଳେ ମଧ୍ୟପ୍ରଦେଶ ବିଧାନସଭାର ବାଚସ୍ପତି ଗିରିଶ ଗୌତମ ଏହି ଫିଲ୍ମକୁ ନେଇ ଏକ ବୟାନ ସାମ୍ନାକୁ ଆସିଛି। ସେ ଶାହରୁଖ ଖାନଙ୍କର ଏହି ଫିଲ୍ମକୁ ହାସ୍ୟାଷ୍ପଦ ବୋଲି କହିଛନ୍ତି। ସେ ଶାହରୁଖଙ୍କୁ ଚ୍ୟାଲେଞ୍ଜ ବି ଦେଇଛନ୍ତି କି ସେ ନିଜର ୨୩ ବର୍ଷିୟ ଝିଅ ସହ ଏହି ଫିଲ୍ମକୁ ଦେଖନ୍ତୁ।

ସେ ଏହି ଫିଲ୍ମକୁ ଅଭିବ୍ୟକ୍ତିର ସ୍ୱାଧିନତା ନାମରେ ଦେବାର ପ୍ରଶ୍ନରେ କହିଛନ୍ତି କି, ଏହା କିପରି ହୋଇ ପାରିବ। ଯଦି ଅଭିବ୍ୟକ୍ତିର ସ୍ୱାଧିନତାର କଥା ତ ପୁଣି ପ୍ରଫେଟ ମହମ୍ମଦଙ୍କ ନାଁରେ ସେ ଫିଲ୍ମ କରି ଦେଖାନ୍ତୁ।

ଗିରିଶ ଗୌତମ କହିଛନ୍ତି ଯେ, ମୁଁ କହିବାକୁ ଚାହୁଁଛି କି ଏମିତି ହିଁ ଫିଲ୍ମ ସ୍ୱାଧିନତା ନାମରେ ପ୍ରଫେଟଙ୍କ ଉପରେ କୌଣସି ଫିଲ୍ମ କରିନିଅ । ପୂରା ଦୁନିଆ ଜଳିଯିବ। କାନାଡାରେ କିଛି ହେଲା ତ ମୁମ୍ୱାଇ ଜଳାଇ ଦେଲେ ଏବଂ ୧୦୦ କୋଟି ଟଙ୍କାର କ୍ଷତି କରିଦେଲେ। ଯଦି କିଛି ଖରାପ କାମ କରିବାର ଅଛି ତ ଦୁନିଆରେ କେଉଁଠି ବି ଥାନ୍ତୁ ତ ଆପଣ ଏହାସହ ଅଛନ୍ତି , କିନ୍ତୁ କିଛି ଭଲ କଲେ କହି ଦିଅନ୍ତି କି ଏହା ବାହାରର କଥା। ହିଜାବର ପ୍ରଶ୍ନ ଆସିଲା ତ ସେ ଲୋକ କହୁଛନ୍ତି ଏହା ହିଜାବର ମାମଲା । ଇରାନର ପ୍ରଦର୍ଶନରେ ଭାରତରେ ଉଠାପକା କରିଦେଉଛନ୍ତି। ସେ କହିଛନ୍ତି କି ଏହି ଦୋହରା ଚରିତ୍ର ଚଳିବ ନାହିଁ ।

ସୂଚନାଯୋଗ୍ୟ ଯେ, ସୋସିଆଲ ମିଡ଼ିଆରେ ମଧ୍ୟ ଗୋଟିଏ ବର୍ଗ ପଠାନ ଫିଲ୍ମର ଦୃଢ଼ ବିରୋଧ କରିଛନ୍ତି । ଏହା ବ୍ୟତୀତ କିଛି ହିନ୍ଦୁବାଦୀ ସଙ୍ଗଠନ ମଧ୍ୟ ଫିଲ୍ମର ବେସର୍ମ ଗୀତରେ ଦୀପିକା ପାଦୁକୋନଙ୍କ ନାରଙ୍ଗୀ ବିକିନୀ ପିନ୍ଧିବାକୁ ବିରୋଧ କରିଛନ୍ତି । ତାଙ୍କର କହିବା ହେଲା କି ଏହି ଫିଲ୍ମ ହିନ୍ଦୁତ୍ୱ ପ୍ରତୀକର ଅପମାନ ।

Related Posts