ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ; ଇଡ୍‌କଲ୍ ଡେପୁଟି ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର,୨୦/୧୨(ସତ୍ୟପାଠ ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡ୍‌କଲ୍ ଅମ୍ପାଭାଲି ଲାଇମ ଷ୍ଟୋନ୍ ମାଇନ୍ସର ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସାନ୍ତରାଙ୍କ ନିଜ ଘର, ପୈତୃକ ବାସଭବନ ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ଏହି ଚଢ଼ାଉ କରାଯାଇଛି। ଭୁବନେଶ୍ୱର, କୋରାପୁଟ, ରାୟଗଡା, ନୟାଗଡ଼ ସମେତ ୭ଟି ସ୍ଥାନରେ ଏହି ଚଢଉ ଚାଲିଥିବା ସୂଚନା ମିଳିଛି।

ତେବେ ସାନ୍ତରାଙ୍କର ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱରରେ ୩ମହଲା ବିଶିଷ୍ଟ କୋଠା ରହିଛି। ସେହପରି ଜୟଦେବ ବିହାରର ମଧ୍ୟ ଏକ ୪ମହଲା ବିଲ୍ଡିଂ ରହିଛି। ଯାହାର କାମ ଚାଲିଛି। କୋରାପୁଟରେ ସୁଙ୍କି ସ୍ଥିତ ଘର ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି। ସୁଙ୍କିରେ ଥିବା ଘରଟିକୁ ସାନ୍ତରା୨ବର୍ଷ ପୂର୍ବେ କିଣିଥିଲେ। ସେହି ଘରଟିକୁ ଖଣି ବିଭାଗର କର୍ମଚାରୀଙ୍କୁ ଭଡ଼ାରେ ଦେଇଥିବା ଜଣାଯାଇଛି। ନୟାଗଡ଼ର ଥିବା ପୈତୃକ ଘର ଓ ରାୟଗଡ଼ରେ ଥିବା ଶ୍ୱଶୁର ଘଣେ ମଧ୍ୟ ଚଢ଼ାଉ କରାଯାଇଛି।

ଭିଜିଲାନ୍ସ ବିଭାଗର ଜଣେ ଡେପୁଟି ଏସ୍‌ପି, ୪ଜଣ ଇନ୍ସପେକ୍ଟର, ଜଣେ ସବ୍ ଇନ୍ସପେକ୍ଟର ଓ ୭ଜଣ ଏଏସ୍‌ଆଇ ଏହି ଚଢ଼ାଉରେ ସାମିଲ ଅଛନ୍ତି।

Related Posts