ହିଜାବ ପିନ୍ଧି ଆସିଥିବା ଛାତ୍ରୀଙ୍କୁ ହିଜାବ ଖୋଲି ସ୍କୁଲ ଭିତରକୁ ଆସିବାକୁ କହିଲେ ଶିକ୍ଷୟିତ୍ରୀ; ଭାଇରାଲ ହେବାରେ ଲାଗିଛି ଏହାରି ଭିଡିଓ

କର୍ଣ୍ଣାଟକ(ସତ୍ୟପାଠ ବ୍ୟୁରୋ): ହିଜାବକୁ ନେଇ ସାରା ଦେଶରେ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ କର୍ଣ୍ଣାଟକର ମାଣ୍ଡିଆ ଜିଲ୍ଲାର ଏକ ସରକାରୀ ସହାୟକ ବିଦ୍ୟାଳୟର ବାଳିକା ଛାତ୍ରୀମାନଙ୍କୁ ସ୍କୁଲ ପରିସରରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କ ହିଜାବ ହଟାଇବାକୁ କୁହାଯାଇଥିଲା। କାହିଁକିନା ଗତ ସପ୍ତାହରେ ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶରେ କହିଥିଲେ ଯେ ଶିକ୍ଷାନୁଷ୍ଠାନଗୁଡ଼ିକ ପୁନଃ ଖୋଲିପାରିବ, କିନ୍ତୁ ଧର୍ମ ସହ ଜଡିତ ପୋଷାକକୁ ଅନୁମତି ଦିଆଯିବ ନାହିଁ। ଏହା ସତ୍ତ୍ୱେ ହିଜାବ ପରିଧାନ କରି ଆସିଥିବା କିଛି ଛାତ୍ରୀଙ୍କୁ ଗେଟରେ ଅଟକାଇ ହିଜାବ ହଟାଇବାକୁ ଜଣେ ସ୍କୁଲର ଶିକ୍ଷୟିତ୍ରୀ ବାଧ୍ୟ କରିଥିଲେ । ସେପଟେ ଏହି ଘଟଣାର ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଦୁଇ ଜଣ ନବମ ଶ୍ରେଣୀ ଛାତ୍ରୀ ଜଣକ ଯେତେବେଳେ ହିଜାବ ପିନ୍ଧି ନିଜ ବାପା-ମା’ଙ୍କ ସହ ସ୍କୁଲ ଗେଟ୍ ପାଖକୁ ଆସୁଛନ୍ତି ସେତେବେଳେ ଶିକ୍ଷୟିତ୍ରୀ ଜଣକ ତାଙ୍କୁ ଅଟକାଇ ଦେଉଛନ୍ତି। ଛାତ୍ରୀଙ୍କୁ ହିଜାବ ହଟାଇବା ପାଇଁ କହୁଛନ୍ତି।

ଏହାକୁ ନେଇ ଉଭୟ ଶିକ୍ଷୟିତ୍ରୀ ଏବଂ ଛାତ୍ରୀଙ୍କ ବାପା-ମା’ଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହେଉଛି। ପରେ ବାଧ୍ୟ ହୋଇ ଛାତ୍ରୀ ଜଣକ ନିଜ ମୁଣ୍ଡରୁ ହିଜାବ ହଟାଇ ସ୍କୁଲ ଭିତରେ ପ୍ରବେଶ କରୁଛନ୍ତି। କର୍ଣ୍ଣାଟକର ମାଣ୍ଡିଆ ଜିଲ୍ଲାର ଏକ ସରକାରୀ ସହାୟକ ବିଦ୍ୟାଳୟର ବାଳିକା ଛାତ୍ରମାନଙ୍କୁ ସୋମବାର ସ୍କୁଲ ପରିସରରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କ ହିଜାବ ହଟାଇବାକୁ କୁହାଯାଇଥିଲା। ସୂଚନା ମୁତାବକ, ହିଜାବକୁ ନେଇ ଲାଗିରହିଥିବା ବିବାଦ ଭିତରେ ଗତ ସପ୍ତାହରେ ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶରେ କହିଥିଲେ ଯେ ଶିକ୍ଷାନୁଷ୍ଠାନଗୁଡ଼ିକ ପୁନଃ ଖୋଲିପାରିବ, କିନ୍ତୁ ଧର୍ମ ସହ ଜଡିତ ପୋଷାକକୁ ଅନୁମତି ଦିଆଯିବ ନାହିଁ।

Related Posts