ଦ୍ରୌପଦୀଙ୍କୁ ସମର୍ଥନ ଦେବାର ଅର୍ଥ ନୁହେଁ ଆମେ ବିଜେପିକୁ ସମର୍ଥନ ଦେଉଛୁ : ସଞ୍ଜୟ ରାଉତ୍

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) :ଶିବସେନାରେ ଜାରି ରହିଥିବା ଟଣା ଓଟରା ମଧ୍ୟରେ ଆଜି ସଞ୍ଜୟ ରାଉତ୍ ଗଣମାଧ୍ୟମକୁ କହିଛନ୍ତି ଆମେ ଦ୍ରୌପଦୀ ମୂର୍ମୁଙ୍କୁ ସମର୍ଥନ ଦେବାର ଅର୍ଥ ନୁହେଁ ଯେ ଆମେ ବିଜେପି କୁ ସମର୍ଥନ କରୁଛୁ। ଦ୍ରୌପଦୀ ଙ୍କୁ ନେଇ ଆମ ଭିତରେ ଆଲୋଚନା ହୋଇଛି ଓ ରାଷ୍ଟ୍ରପତି ନିର୍ବାଚନ କୁ ନେଇ ଶିବସେନା ର ଭୂମିକା ଦିନେ ଦୁଇଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ ବୋଲି ସଞ୍ଜୟ କହିଛନ୍ତି।

ସୂଚନା ଅନୁସାରେ ଗତକାଲି ଉଦ୍ଧବ ଠାକରେଙ୍କ ବାସଭବନ ରେ ଶିବସେନା ର ସମସ୍ତ ସାଂସଦ ଙ୍କୁ ନେଇ ଏକ ବୈଠକ ବସିଥିଲା। ଏହି ବୈଠକ ରାଷ୍ଟ୍ରପତି ନିର୍ବାଚନ ସକାଶେ ଆଲୋଚନା ପାଇଁ ଡ଼କାଯାଇଥିଲା। ତେବେ ଲୋକସଭାର ୧୯ ଦଳୀୟ ସାଂସଦଙ୍କ ମଧ୍ୟରୁ ଏଥିରେ ୧୨ ଜଣ ଯୋଗ ଦେଇଥିଲେ। ସେଥିମଧ୍ୟରୁ ଅଧିକାଂଶ ସାଂସଦ ଦ୍ରୌପଦୀଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ ।ତେବେ ଅନୁପସ୍ଥିତ ଥିବା ୭ସାଂସଦ ବିଦ୍ରୋହୀ ଗୋଷ୍ଠୀ ସହ ଥିବା ଚର୍ଚ୍ଚା ହେଉଛି।

Related Posts