ଆମେ ଭାରତ ସହ ଶାନ୍ତିପୂର୍ଣ୍ଣ ସଂପର୍କ ରଖିବାକୁ ଚାହୁଁଛୁ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆମେ ଭାରତ ସହ ଶାନ୍ତିପୂର୍ଣ୍ଣ ସଂପର୍କ ରଖିବାକୁ ଚାହୁଁଛୁ, ଯାହାକି ସମାନତା, ନ୍ୟାୟ ଓ ପାରସ୍ପରିକ ସମ୍ମାନ ଉପରେ ପର୍ଯ୍ୟବେଶିତ ହୋଇଥିବ ବୋଲି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ । ତେବେ ଡନ ନ୍ୟୁଜରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଜାତିସଂଘ ନିୟମ ଓ କଶ୍ମରବାସୀଙ୍କ ସହମତିରେ କଶ୍ମୀର ପ୍ରସଙ୍ଗର ସମାଧାନ ହେଲେ ହିଁ ଶାନ୍ତି ଆସିପାରିବ ଓ ଅନ୍ତର୍ଜାତୀୟ ସମୁଦାୟ ଏ ଦିଗରେ କାମ କରିବା ଦରକାର ବୋଲି ସେ କହିଛନ୍ତି ।ପାକିସ୍ତାନରେ ଅବସ୍ଥାପିତ ଅଷ୍ଟ୍ରେଲିଆର ହାଇକମିସନର ନିଲ ହକିନ୍ସଙ୍କ ସହ ସାକ୍ଷାତ ବେଳେ ସରିଫ ଏହା କହିଛନ୍ତି ।ସେ ଆହୁରି କହିଛନ୍ତି ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଅନ୍ତର୍ଜାତୀୟ ସମୁଦାୟ ଉଦ୍ୟମ କରୁ କାରଣ ଏହା ଦକ୍ଷିଣ ଏସିଆରେ ଶାନ୍ତି ପ୍ରତିଷ୍ଠା ପାଇଁ ଅତ୍ୟନ୍ତ ଜରୁରୀ।

ସୂଚନାଯୋଗ୍ୟ ଯେ, ଗତ ୨୦୧୯ ଅଗଷ୍ଟ ମାସରେ ଭାରତ ସରକାର ଜମ୍ମୁ ଓ କଶ୍ମୀର ଉପରୁ ଧାରା ୩୭୦ ପ୍ରତ୍ୟାହାର କରିବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ଆହୁରି ଖରାପ ହୋଇଯାଇଥିଲା । ଏହି ଘଟଣାକୁ ନେଇ ପାକିସ୍ତାନ ଭାରତ ସହ ନିଜର କୂଟନୈତିକ ସଂପର୍କକୁ ହ୍ରାସ କରିଦେଇଥିଲା । ଅନ୍ୟପକ୍ଷରେ ଆତଙ୍କବାଦୀଙ୍କୁ ପ୍ରତ୍ସାହନ ଦେବା ବନ୍ଦ ନ କଲେ ପାକିସ୍ତାନ ସହ ଶାନ୍ତିପୂର୍ଣ୍ଣ ସ୍ବାଭାବିକ ସଂପର୍କ ରଖିବା ସମ୍ଭବ ନୁହେଁ ବୋଲି ଭାରତ ବାରମ୍ବାର କହିଆସୁଛି । ଏହା ସତ୍ତ୍ବେ ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରେତ୍ସାହନ ଦେବା ଜାରି ରଖିଛି ।

Related Posts