ତାମିଲନାଡ଼ୁର ଜନତାଙ୍କ ଉପରେ ନା ଆମେ ହିନ୍ଦି ଥାପିବାକୁ ଦେବୁ ନା ସ୍ୱୀକାର କରିବୁ: ତାମିଲନାଡ଼ୁ ବିଜେପି ଅଧ୍ୟକ୍ଷ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ ବର୍ତ୍ତମାନ ରାଷ୍ଟ୍ରଭାଷା ହିନ୍ଦିକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଅର୍ଥାତ କିଛି ଦିନ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ହିନ୍ଦି ଭାଷାକୁ ଇଂରାଜୀର ବିକଳ୍ପ ଭାଷା କରିବା ପାଇଁ କହିଥିଲେ । ଯାହା ପରେ ସାରା ଦେଶର ରାଜନୈତିକ ମାହୋଲ ସରଗରମ ହୋଇ ଉଠିଥିଲା । ଏନେଇ ଅନେକ ରାଜନେତା ମଧ୍ୟ ନିଜ ନିଜର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଏହା ମଧ୍ୟରେ ତାମିଲନାଡ଼ୁର ବିଜେପି ଅଧ୍ୟକ୍ଷ ଅନ୍ନାମଲାଇ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ତାଙ୍କ ପାର୍ଟି ତାମିଲନାଡୁର କୌଣସି ଜନତାଙ୍କ ଉପରେ ହିନ୍ଦୀ ଥୋପିବାକୁ ଦେବ ନା ଏହାକୁ ସ୍ଵୀକାର କରିବ। କାହାରିକୁ ଭାରତୀୟ ପ୍ରମାଣିତ କରିବା ପାଇଁ ହିନ୍ଦୀ ଶିଖିବାକୁ ଆବଶ୍ୟକତା ନାହିଁ।

ଚାକିରି କିମ୍ବା ରୋଜଗାର ପାଇଁ ଯେ କେହି ହିନ୍ଦୀ କିମ୍ବା ଅନ୍ୟ କୌଣସି ଭାଷା ଶିଖି ପାରିବେ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କହୁଛନ୍ତି, ସମସ୍ତଙ୍କୁ ନିଜର ଆଞ୍ଚଳିକ ଭାଷା ଶିଖିବା ଉଚିତ୍। କେନ୍ଦ୍ରର ଜାତୀୟ ଶିକ୍ଷା ନୀତିରେ ମଧ୍ୟ ହିନ୍ଦୀ ଏକ ବିକଳ୍ପ ଭାଷା। ଯେ କେହି ବି କୌଣସି ଭାଷା ପଢିପାରିବେ। ଆମ ପାଇଁ ସବୁଠୁ ଗର୍ବର ବିଷୟ ତାହା ହେବ ଯେବେ ତାମିଲକୁ ଦେଶର ସମ୍ବନ୍ଧିତ ଭାଷାର ମାନ୍ୟତା ମିଳିବ। ପୂର୍ବତନ ଆଇପିଏସ ଅଫିସର ଅନ୍ନାମଲାଇ କହିଛନ୍ତି, ମୋ ପରି ଅନେକ ଲୋକଙ୍କୁ ହିନ୍ଦୀ ଭାଷା ଜଣା ନାହିଁ ବୋଲି ବିଜେପି ଅଧ୍ୟକ୍ଷ ଆନ୍ନାମଲାଇ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts