ପଶ୍ଚିମବଙ୍ଗ ରାଜ୍ୟପାଳ ପୁରା ଖାନଦାନ୍ କୁ ରାଜଭବନରେ ଥଇଥାନ କରିଦେଇଛନ୍ତି – ମହୁଆ ମୋଇତ୍ର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଟିଏମସି ଓ ରାଜ୍ୟପାଳ ଜଗଦୀପ ଧନକଡଙ୍କ ମଧ୍ୟରେ ତିକ୍ତତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଟିଏମସି ସାଂସଦ ମହୁଆ ମୋଇତ୍ରା ଧନକଡଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ସେ କଟାକ୍ଷ କରି କହିଛନ୍ତି ଯେ, ଅଙ୍କଲ ଆପଣ ନିଜ ପୂରା ଗାଁ ଏବଂ ଖାନଦାନକୁ ରାଜଭବନରେ ଥଇଥାନ କରିଛନ୍ତି। ରାଜ୍ୟପାଳ ଜଗଦୀପ ରାଜ ଭବନରେ OSD ପଦବୀରେ ତାଙ୍କ ପରିବାର ସଦସ୍ୟ ଏବଂ ଅଫିସରେ ନିଜର ସମ୍ପର୍କୀୟ ଲୋକଙ୍କୁ ନିଯୁକ୍ତି ଦେଇଥିବା ନେଇ ଟିଏମସି ସାସଂଦ ଅଭିଯୋଗ କରିଛନ୍ତି। ମୋଇତ୍ରା ଟ୍ୱିଟରରେ ଏକ ତାଲିକା ପୋଷ୍ଟ କରିଛନ୍ତି, ଯେଉଁଥିରେ ରାଜ୍ୟପାଳ ଓଏସଡି ପଦବୀରେ ଅଭୋଦୋୟ ସିଂହ ଶେଖୱାତ,ଓଏସଡି ସମନ୍ୱୟ – ଅଖୀଳ ଚୌଧୁରୀ , ରୁଚି ଦୁବେ – ଓଏସଡି ପ୍ରଶାସନିକ ଅଧିକାରୀ , OSD- ପ୍ରୋଟୋକଲ୍ – ପ୍ରସାନ୍ତ ଦୀକ୍ଷିତ, ଓଏସଡି ଆଇଟି – କୌସ୍ତଭ ଏସ୍ ବଲିକାର ଏବଂ ନୂତନ ଭାବରେ ନିଯୁକ୍ତ OSD କିଷାନ ଧନକରଙ୍କ ନାମ ରହିଛି। ଟିଏମସି ସାସଂଦ କହିଛନ୍ତି ଯେ, ଶେଖୱାତ ହେଉଛନ୍ତି ରାଜ୍ୟପାଳଙ୍କ ଭିଣୋଇଙ୍କ ପୁଅ ଅର୍ଥାତ ସମ୍ପର୍କରେ ପୁତୁରା। ରୁଚି ଦୁବେ ହେଉଛନ୍ତି ରାଜ୍ୟପାଳଙ୍କର ଏଡିସି ପୂର୍ବତନ ଏଡିସି ମେଜର ଗୋରଙ୍ଗ ଦୀକ୍ଷିତଙ୍କ ପତ୍ନୀ ଏବଂ ପ୍ରସାନ୍ତ ଦୀକ୍ଷିତଙ୍କ ଭାଇ।

ଟିଏମସି ସାଂସଦ କହିଛନ୍ତି ଯେ ବଲିକର ହେଉଛନ୍ତି ବର୍ତ୍ତମାନର ଏଡିସି ଜନାର୍ଦ୍ଦନ ରାଓଙ୍କ ଭିଣୋଇ। ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ କରି ରାଜ୍ୟପାଳ ଜଗଦୀପ ଧନଖଡ ଏକ ଟ୍ୱିଟ କରି ଥିଲେ। ଏହାର ଜବାବ ଦେଇ ମୋଇତ୍ରା ଲେଖିଛନ୍ତି, ଅଙ୍କଲ ଜୀ, ପଶ୍ଚିମବଙ୍ଗର ଚିନ୍ତାଜନକ ସ୍ଥିତି ସୁଧୁରିଯିବ, ଯଦି ଆପଣ କ୍ଷମା ମାଗି ଦିଲ୍ଲୀ ଫେରିଯିବେ, ନଚେତ୍ ଅନ୍ୟ କୌଣସି ଚାକିରି ଖୋଜି ସେଠାରେ ରହିଯିବେ। ” ଏହା ପରେ ସେ ଲେଖିଛନ୍ତି, ଆପଣଙ୍କୁ(ରାଜ୍ଯପାଳ) କିଛି ପରାମର୍ଶ : ୧ ବିରୋଧୀଙ୍କୁ କିପରି ଯୋଜନାବଦ୍ଧ ଭାବରେ ଆଟାକ୍ କରାଯିବ ସେନେଇ ମୁଖ୍ୟମନ୍ତ୍ରୀ ଅଜୟ ବିଶ୍ୱ ଯୋଗୀଙ୍କ ପରାମର୍ଶଦାତା ହୁଅନ୍ତୁ। 2. ମହାମାରୀ ସମୟରେ କିପରି ନିଜକୁ ଭଲ ଭାବରେ ଲୁଚାଇ ହେବ ସେନେଇ ଗୃହମନ୍ତ୍ରୀଙ୍କ ପରାମର୍ଶଦାତା ହୁଅନ୍ତୁ। ”ପରବର୍ତ୍ତୀ ଟ୍ୱିଟ୍‌ରେ ଟିଏମସି ସାସଂଦ କହିଛନ୍ତି, ” ହଁ, ଯେତେବେଳେ ତୁମେ (ରାଜ୍ୟପାଳ) ଏଠାରୁ ଫେରିଯିବ ସେତେବେଳେ ପଶ୍ଚିମବଙ୍ଗର ରାଜ ଭବନରେ ବସବାସ କରିଥିବା ନିଜର ପରିବାର ଲୋକଙ୍କୁ ସାଙ୍ଗରେ ନେଇଯିବେ।”


ତେବେ ନିଜ ଟ୍ବିଟ୍ ସମ୍ପର୍କରେ ପ୍ରତିକ୍ରିୟା ରଖି ଟିଏମସି ସାଂସଦ ମହୁଆ ମୋଇତ୍ରା ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ ରାଜ୍ୟପାଳଙ୍କୁ ପ୍ରଶ୍ନ ପଚାରିବାର ଆମ ସମସ୍ତଙ୍କର ଗଣତାନ୍ତ୍ରିକ ଅଧିକାର ରହିଛି। ସେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରୁଛନ୍ତି। ମୁଁ ତାଙ୍କୁ ଆଇନା ଦେଖିବା ପାଇଁ ଅନୁରୋଧ କରୁଛି । ସେ ତାଙ୍କର ପୁରା ଗାଁ ଏବଂ ପରିବାରକୁ ରାଜ ଭବନକୁ ଆଣିଥିବା ମହୁଆ ମୋଇତ୍ରା ଅଭିଯୋଗ କରିଛନ୍ତି।

Related Posts