ପଶ୍ଚିମବଙ୍ଗ ପଲିଟିକ୍ସ; ଦଳ ବିରୋଧୀ କାର୍ଯ୍ୟ କରିବା ଅଭିଯୋଗରେ ଦୁଇ ବରିଷ୍ଠ ବିଜେପି ନେତା ନିଲମ୍ବିତ

କୋଲିକତା(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ଦଳର ଦୁଇ ଜଣ ବରିଷ୍ଠ ନେତାଙ୍କୁ ନିଲମ୍ବିତ କରିଥିବାର କଥା ସାମ୍ନାକୁ ଆସିଛି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ତେବେ ବରିଷ୍ଠ ନେତା ରିତେଶ ତିୱାରୀ ଏବଂ ଆନନ୍ଦ ପ୍ରକାଶ ମଜୁମଦାରଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ନିଲମ୍ବିତ କରାଯାଇଛି । ସେପଟେ ଦଳର ୟୁନିଟ ମୁଖ୍ୟ ସୁକାନ୍ତ ମଜୁମଦାରଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ତିୱାରୀ ଏବଂ ଆନନ୍ଦ ପ୍ରକାଶ ମଜୁମଦାରଙ୍କ ବିରୋଧରେ ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ସମାୟିକ ଭାବରେ ନିଲମ୍ବିତ କରାଯାଇଛି ବୋଲି ଦର୍ଶାଯାଇଛି । ଏପରିକି ନେତାଙ୍କ ଏକ କ୍ୟାଟେରୀ ବ୍ୟକ୍ତିଗତ ଲାଭ ପାଇଁ ପ୍ରତିଦ୍ୱନ୍ଦୀ ତୃଣମୂଳ କଂଗ୍ରେସର ଏଜେଣ୍ଟ ଭାବରେ କାମ କରୁଛନ୍ତି ।

ସେପଟେ ଉଭୟଙ୍କୁ ଏକ ସୋ-କାରଣ ନୋଟିସ ମଧ୍ୟ ଏକ ମାସ ପୂର୍ବରୁ ଜାରି କରାଯାଇଥିଲା । ଅନ୍ୟପଟେ ଗତମାସ ଦଳର ମନ୍ତ୍ରୀ ଶାନ୍ତନୁ ଠାକୁରଙ୍କ ସମେତ ୧୦ ଜଣ ବିଜେପି ବିଧାୟକ ଦଳର ହ୍ୱାଟ୍ସଅପ ଦଳ ଛାଡ଼ି ନୂତନ ରାଜ୍ୟ କମିଟିରୁ ବାଦ ପଡ଼ିଥିବାର ଅଭିଯୋଗ ହୋଇଥିଲା । ରାଜ୍ୟ ୟୁନିଟରେ ପୂର୍ବରୁ ଉପାଧ୍ୟକ୍ଷ ଥିବା ତିୱାରୀ ଏବଂ ଆନନ୍ଦ ପ୍ରକାଶ ମଜୁମଦାରଙ୍କୁ ମଧ୍ୟ ନୂତନ ଭାବେ ଗଠିତ କମିଟିରୁ ବାଦ ଦିଆଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ପଶ୍ଚିମବଙ୍ଗରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts