ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ହିଂସାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଏହା ମଧ୍ୟରେ ହିଂସା ପରେ ଆକ୍ସନରେ ମମତା ସରକାର । ହାଓଡା ପୋଲିସ କମିଶନରଙ୍କୁ ହଟାଇଛନ୍ତି ସରକାର । ସେପଟେ ବର୍ତ୍ତମାନ ସୁଦ୍ଧା ୭୦ରୁ ଅଧିକ ଗିରଫ ହୋଇସାରିଥିବା ବେଳେ ଅନ୍ୟମାନଙ୍କୁ ପୋଲିସ ଖୋଜୁଛି । ନୂପୁର ଶର୍ମାଙ୍କ ବିବାଦୀୟ ବୟାନ ପରେ ଶୁକ୍ରବାର ଦେଶର ବିଭିନ୍ନ ସ୍ଥାନରେ ହିଂସା ଦେଖାଦେଇଥିଲା । ଏହି ସମୟରେ ବିଭିନ୍ନ ସ୍ଥାନରେ ବ୍ୟାପକ ପ୍ରଦର୍ଶନ ମଧ୍ୟ ହୋଇଥିଲା । ରାଞ୍ଚିରେ ହିଂସା ବେଲେ ୨ ଜଣଙ୍କର ମୃତ୍ୟୁର ଖବର ମଧ୍ୟ ସାମ୍ନାକୁ ଆସିଥିଲା । ତେବେ ଏଭଳି ହିଂସା ପରେ ହାଓଡା ପୋଲିସ କମିଶନରଙ୍କୁ ତାଙ୍କୁ ପଦରୁ ହଟାଇଦିଆଯାଇଛି ।

ସେହିଭଳି ହାଓଡା ଗ୍ରାମାଞ୍ଚଳ ଏସପି ସୌମ୍ୟା ରାୟଙ୍କୁ ମଧ୍ୟ ହଟାଇଦିଆଯାଇଛି । ସରକାର ପ୍ରବୀଣ ତ୍ରିପାଠୀଙ୍କୁ ନୂଆ ପୋଲିସ କମିଶନର ଭାବେ ନିଯୁକ୍ତି କରିଛନ୍ତି । ସେହିଭଳି ସ୍ୱାତୀ ନୂଆ ଗ୍ରାମାଞ୍ଚଳ ଏସପି ହେବା ନେଇ ସୂଚନା ମିଳିଛି । ସେପଟେ ଟିଏମସି ସାଂସଦ ସୁଧୀର ଶେଖର କହିଛନ୍ତି, ଅଶାନ୍ତି ସୃଷ୍ଟି ପାଇଁ ଏଭଳି ଉଦ୍ୟମ କରାଯାଇଛି । ତେବେ ଯେଉଁମାନେ ହିଂସା କରିବେ ତାଙ୍କ ବିରୋଧରେ କଡା ପଦକ୍ଷେପ ଗ୍ରହଣ କରାଯିବ । ସେ ଆହୁରି ମଧ୍ୟ କହିଛନ୍ତି ରାଜ୍ୟପାଳ ଜୟଦୀପ ଧନକାର ଏବଂ ଭାଜପା ନେତା ଜାଣିଶୁଣି ବିବାଦୀୟ ବୟାନ ଦେଉଛନ୍ତି ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।