ସଂଖ୍ୟା କଣ; ଆମେ ଏକାକୀ ଯଥେଷ୍ଟ: ଓପି ରାଜଭର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବଚାନରେ ଭାରତୀୟ ଜନତା ପାର୍ଟି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ସେପଟେ ଏଥର ବିଜେପିକୁ ହରାଇବା ପାଇଁ ବିରୋଧୀ ଏକଜୁଟ ହୋଇଯାଇଥିଲେ । ତଥାପି ଶାସକ ଦଳକୁ ବିରୋଧୀ ଦଳ ମିଶି ମଧ୍ୟ ହରାଇପାରିନଥିଲେ । ଏସବୁ ମଧ୍ୟରେ ସମାଜବାଦୀ ପାର୍ଟି ସହଯୋଗୀ ସୁହେଲଦେବ ଭାରତୀୟ ସମାଜ ପାର୍ଟିର ମୁଖ୍ୟ ଓମ ପ୍ରକାଶ ରାଜଭାର ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ବିଧାନସଭାରେ ଜଣେ ସାମ୍ବାଦିକଙ୍କ ପ୍ରଶ୍ନ ଉପରେ ସେ କହିଥିଲେ ଯେ ସଂଖ୍ୟା କ’ଣ? ଆମେ ଏକାକୀ ଯଥେଷ୍ଟ । ହନୁମାନ ଜୀ ଏକୁଟିଆ ଯାଇଥିଲେ ଏବଂ ସମଗ୍ର ଲଙ୍କାରେ ନିଆଁ ଲଗାଇଦେଇଥିଲେ । ବାସ୍ତବରେ, ୟୁପିର ଜଣେ ସାମ୍ବାଦିକ ମଧ୍ୟ ଓପି ରାଜଭାରଙ୍କୁ ପଚାରିଥିଲେ ଯେ ସଂଖ୍ୟା ଅଭାବ ସତ୍ତ୍ୱେ କଣ ସମସ୍ୟା ଉପରେ ଆପଣ ଧ୍ୟାନ ଦେଇପାରିବେ ?

ଏହାର ଜବାବରେ ଓପି ରାଜଭର କହିଛନ୍ତି ଯେ ୨୦୨୨ ବିଧାନସଭା ନିର୍ବାଚନରେ ୬ ଟି ସିଟ୍ ଜିତିଥିଲା । ଦଳ ୧୮ ଟି ଆସନରେ ପ୍ରାର୍ଥୀ ଦେଇଥିଲା । ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ ଓପି ରାଜଭର ବିଜେପି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଯେତେବେଳେ ସରକାର ବଡ ଶିଳ୍ପପତିଙ୍କ କୋଟି କୋଟି ଟଙ୍କା କ୍ଷମା କରିପାରିବେ, ତେବେ ଏହା ଗରିବ ଚାଷୀଙ୍କ ଟଙ୍କା କାହିଁକି କରିପାରିବ ନାହିଁ? ସେ ଏହା ମଧ୍ୟ କହିଛନ୍ତି ଯେ ଗରିବ ଏବଂ ପଛୁଆବର୍ଗଙ୍କୁ ସମାନ ଶିକ୍ଷା ଦେବା ପାଇଁ ବିଦ୍ୟୁତ୍ ମୂଲ୍ୟ ହ୍ରାସ କରିବା ପାଇଁ ଏସପି-ସୁଭାସପା ମିଳିତ ମଞ୍ଚରେ କାମ କରିବ ବୋଲି ଓପି ରାଜଭର କହିଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts