ଏ ସୁଜିତ କୁମାର କିଏ ?

ସତ୍ୟପାଠ : ରାଜ୍ୟସଭା ପାଇଁ ବିଜେଡି ଯେଉଁ ୪ଜଣଙ୍କ ନାଁ ଘେ।ଷଣା କରିଛି ସେଥିରେ ୩ନଂରେ ସୁଜିତ କୁମାରଙ୍କ ନାଁ ରହିଛି । ଅନ୍ୟ ତିନିଜଣ ପ୍ରାର୍ଥୀ ଖୁଲମଖୁଲା ବିଜେଡି ନେତା ଭାବରେ ପରିଚିତ ଥିବାବେଳେ ସୁଜିତ କୁମାରଙ୍କର ବିଜେଡି ସହ ସମ୍ପର୍କ କେତେ ଗଭୀର ବୋଲି ବହୁ ଲୋକଙ୍କର ପ୍ରଶ୍ନ । କାହିଁକି ଏ ବାବୁଙ୍କ ଉପରେ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କ ମେହରବାନୀର ମାତ୍ରା ଏତେ ଅଧିକ ? ବହୁ ହେଭିୱେଟ୍ ନେତାଙ୍କର ଘମାଘୋଟ ଲବିକୁ କାଟି ସୁଜିତ କୁମାର ଟିକେଟ୍ ପାଇଗଲେ ଅଥଚ ଶେଷ ପର୍ଯ୍ୟନ୍ତ କେହି ଟେର ପାଇଲେନି ।

ଖୋଲାଖୋଲି ଭାବେ ରାଜନୀତିର ଧାର ଧରୁନଥିବା ଏ ବାବୁ ବିଜେଡି ସରକାର ଓ ଦଳର ଗର୍ଭଗୃହ ଭିତରକୁ ପଶିଲେ କିଭଳି ? ଏସବୁ କଥାକୁ ନେଇ ସାଧାରଣରେ ପ୍ରଶ୍ନ ଯେ ସୁଜିତ କୁମାର କିଏ ? ଅବଶ୍ୟ ବିଜୁ ଜନତା ଦଳର ଆଗଧାଡିର ସବୁ ନେତାଙ୍କୁ ସୁଜିତ କୁମାରଙ୍କ ବିଷୟରେ ଜଣା । ପାଣ୍ଡିଆନଙ୍କ ଭଳି ଗଣମାଧ୍ୟମ ଓ ଦଳୀୟ ନେତାଙ୍କଠାରୁ ନିରାପଦ ଦ୍ୱରତ୍ୱ ରଖୁଥିବା ସୁଜିତ କୁମାର ନବୀନ ବାବୁ ଓ ବିଜୁ ଜନତା ଦଳ ସାମାଜିକ କଲ୍ୟାଣ ଯୋଜନା ସରକାରୀସ୍ତରରେ କିଭଳି କାର୍ଯ୍ୟକାରୀ ହୋଇପାରିବ ଇଏ ହେଉଛନ୍ତି ତାହାର ଏକ ପ୍ରମ୍ମୁଖ ପରାମର୍ଶଦାତା । ସଂପୃତି ସୁଜିତ କୁମାର ଓଡିଶା ସରକାରଙ୍କର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପରାମର୍ଶ ଦାତା । ସୁଜିତଙ୍କ ଉପରେ ନବୀନ ଏତେ ପ୍ରସନ୍ନ ଯେ ତାଙ୍କୁ ଏହି ନିଯୁକ୍ତି ସହ ଚିପ୍ ସେକ୍ରେଟେରୀ ପାହ୍ୟାର ସମ୍ମାନ ଦେଇଛନ୍ତି । ଏହାକୁ ନେଇ ମଧ୍ୟ ଉଠିଥିଲା ପ୍ରଶ୍ନ । ଯେ ଏଭଳି ରାଜନୈତିକ ନିଯୁକ୍ତିକୁ ମୁଖ୍ୟ ଶାସନ ସଚିବ ପାହ୍ୟାଦେବା କେତେଦୁର ଯଥାର୍ଥ ।

ସୁଜିତଙ୍କୁ ରାଜ୍ୟସଭାର ଟିକେଟ୍ ମିଳିବା ପଛର ଦୁଇଟି ପ୍ରମ୍ମୁଖ କାରଣ ବିଷୟରେ ଆଲୋଚନା ହେଉଛି। ପ୍ରଥମ କାରଣ ହେଲା ୨୦୧୭ ପଞ୍ଚାୟତ ନିର୍ବାଚନରେ କଳାହାଣ୍ଡି ଜିଲ୍ଲାରେ ବିଜେଡି ଏକ ପ୍ରକାର ମୁଳପୋଛ ହୋଇଯାଇଥିଲା କିନ୍ତୁ ୨୦୧୯ ନିର୍ବାଚନରେ ଫଳାଫଳ ଓଲଟିଗଲା । ବିଜେଡି ଭଲ ପଦର୍ଶନ କରିବା ପଛରେ କୁହାଯାଉଛି ସୁଜିତ କୁମାରଙ୍କର ଅବଦାନ ଅଧିକ । ଦ୍ୱିତୀୟ କାରଣ ହେଲା ୧୯ନିର୍ବାଚନରେ କାଳିଆ ଯୋଜନା ପରେ ଯଦି ଆଉ କୌଣସି ଗୋଟେ ସରକାରୀ କାର୍ଯ୍ୟକ୍ରମ ଯାହାକି ବିଜୁ ଜନତା ଦଳକୁ ଭରପୂର ନିର୍ବାଚନୀ ଫାଇଦା ଦେଇଛି ତାହା ହେଉଛି ଆମ ଗାଁ ଆମ ବିକାଶ ଏହି ଯୋଜନାର ପରିକଳ୍ପନାଠାରୁ ଆରମ୍ଭ କରି କାର୍ଯ୍ୟକାରିତାର ଢାଞ୍ଚା ପ୍ରସ୍ତୁତ କରିବାରେ ସୁଜିତ କୁମାରଙ୍କର ମୁଖ୍ୟ ଭୂମିକା ରହିଛି ବୋଲି କୁହାଯାଉଛି ।
ସୁଜିତ କୁମାର ମୂଳତଃ ଅଣ ଓଡିଆ କିନ୍ତୁ କଳାହାଣ୍ଡିରେ ଜନ୍ମିତ ତାଙ୍କର ପୈତୃକ ସାଙ୍ଗିଆ ହେଲା ସେଠ୍ । ସୁଜିତ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି । ହାରବାର୍ଡ ବିଶ୍ୱବିଦ୍ୟାଳୟର କେନେଡି ସ୍କୁଲରୁ ପବ୍ଲିକ ଆଡମିନିଷ୍ଟେସନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଏମବିଏ କରିଛନ୍ତି । ବୁର୍ଲା ଇଂଜିନିୟରି କଲେଜରୁ ଡିଗ୍ରୀ ପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । କଳାହାଣ୍ଡିରେ ଜନ୍ମ ଗ୍ରହଣ କରିଥିବା ସୁଜିତ କୁମାରଙ୍କର କର୍ପୋରେଟ୍ କନସଲଟିଙ୍ଗ୍ ରେ ୧୫ବର୍ଷର ଅଭିଜ୍ଞତା ଅଛି । କଳାହାଣ୍ଡି ଡାଇଲଗ ଓ କଳିଙ୍ଗ କିଷୁମର ମୁଖ୍ୟ ଉଦ୍ୟକ୍ତା ସୁଜିତ କୁମାର ।

ଏମସ୍ତ ଯୋଗ୍ୟତା ଆଢୁଆଳରେ ସୁଜିତ କୁମାରଙ୍କର ରାଜନେତାର ଚରିତ୍ର ବିଷୟରେ ବହୁ କମ ଲୋକଙ୍କୁ ଜଣା । ବିଜୁ ଜନତା ଦଳର ଇଣ୍ଟେଲେକଚୁଆଲ୍ ଫ୍ରଣ୍ଟ ର ଏବାବୁ ହେଉଛନ୍ତି ଜଣେ ଆଗଧାଢିର ନେତା । ନବୀନ ବାବୁଙ୍କର ଜଣେ ଜବରଦସ୍ତ ଫଲରୋ । ଉପରକୁ ଦେଖେଇ ହେଉନଥିଲେ ବି ନବୀନ ବାବୁଙ୍କ ପ୍ରତି ଆନୁଗତ୍ୟ ଦେଖାଇବା ପାଇଁ ନବୀନଙ୍କ ଫଟୋ ସହ ନିଜର ଫଟୋକୁ ରଖି ନେମପ୍ଲେଟ୍ ତିଆରି କରି ସୋସିଆଲ ମିଡିଆରେ ପ୍ରଚାର ପ୍ରସାର ମଧ୍ୟ କରନ୍ତି । ସୁଜିତ କୁମାରଙ୍କ ଏକ ଚତୁର ଚରିତ୍ର ହେଲା ଏ ବାବୁ ନିମ୍ନସ୍ତରର କଂଗ୍ରେସ ବିରୋଧୀ ଖବରର ଜଣେ ସଫ୍ଟ ପେଡଲର । ବିଜେଡି ଓ ନବୀନଙ୍କ ପାଖରେ ବରାବର ବିଶ୍ୱସନୀୟତା ବଜାୟ ରଖିବା ପାଇଁ ସୁଜିତ କୁମାର ସୋସିଆଲ ମିଡିଆରେ କଂଗ୍ରେସ ବିରୋଧୀ ଶସ୍ତା ଫେକ୍ ନ୍ୟୁଜ୍ କୁ ନିଜ ଫେସବୁକ୍ ଆଇଡିରେ ସେୟାର କରନ୍ତି ।

ଏପରିକି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଆବାସ ଛାଡି ଗଲାବେଳେ ବିଭିନ୍ନ ରାଷ୍ଟ୍ରମୁଖ ମାନେ ତାଙ୍କୁ ଦେଇଥିବା ଗିଫ୍ଟ୍ ମଧ୍ୟରୁ ୧୦୧ଟି ଉପହାର କାହିଁକି ନିଜ ସହ ନେଇଯାଇଥିଲେ ସେ ନେଇ ଏକ ପ୍ରକାଶିତ ଖବର ଉପରେ ମନମୋହନ ସିଂହଙ୍କ ଭଳି ଆନ୍ତଯାତୀୟସ୍ତରର ଅର୍ଥନୀତିଜ୍ଞଙ୍କ ବାବଦରେ ସୋସିଆଲ ମିଡିଆରେ ସୁଜିତ କୁମାର ଅତ୍ୟନ୍ତ ନିମ୍ନସ୍ତରର କମେଣ୍ଟ ଦେଇଥିଲେ ।

ଦଲାଇଲାମାଙ୍କଠାରୁ ପ୍ରାଇଭେଟ୍ ସ୍ପିରିଚୁଆଲ ଟିଚିଙ୍ଗ୍ ପାଇଥିବା କଥା କହୁଥିବା ଏବଂ ଏନେଇ ନିଜକୁ ଧନ୍ୟ ମନେ ମଣୁଥିବା ସୁଜିତ କୁମାରଙ୍କର ବିରୋଧୀ ରାଜନୈତିକ ଦଳ ଓ ନେତାଙ୍କ ପ୍ରତି ଚିନ୍ତାଧାରା ଅତ୍ୟନ୍ତ ଅରୁଚି ସମ୍ପର୍ଣ୍ଣ ଓ ହାଲୁକା ।

ତାର ପ୍ରମାଣ ହେଉଛି କଂଗ୍ରେସ ବାବଦରେ ନିଜ ଫେସବୁକ୍ ରେ ସେୟାର କରିଥିବା ବ୍ୟାନର ସୁଜିତ କୁମାର ରାହୁଲ ଗାନ୍ଧିଙ୍କ ସମ୍ପର୍କରେ ଫେକ୍ ନ୍ୟୁଜ୍ କୁ ମଧ୍ୟ ସେୟାର କରିଥାନ୍ତି । କେବଳ ସେତିକି ନୁହଁ ସୋସିଆଲ ମିଡିଆରେ ରାହୁଲ ଗାନ୍ଧିଙ୍କୁ ହିପୁ ବୋଲି କହିବା ସୁଜିତ କୁମାରଙ୍କର ବ୍ୟକ୍ତିତ୍ୱ ଉପରେ ପ୍ରଶ୍ନ ଉଠାଏ ।

ବାସ୍ତବରେ ଏ ବାବୁ ଏଭଳି କଥା ଲେଖିବା ଏକ ନିଜସ୍ୱ ବିଚାର ନା ନବୀନ ଓ ବିଜେଡି ପାଖରେ ଆନୁଗତ୍ୟର ପ୍ରମାଣ ଦେବା । 

Related Posts