ଜୁଲାଇ ୨୫ ତାରିଖ ଦିନ କାହିଁକି ହୁଏ ରାଷ୍ଟ୍ରପତିଙ୍କ ଶପଥ ପାଠ? ଆସନ୍ତୁ ଜାଣିବା ଏହି ତାରିଖର ମହତ୍ତ୍ଵ ବିଷୟରେ….

ନୂଆଦିଲ୍ଲୀ : ଆଜି ଜୁଲାଇ ୨୫ ତାରିଖ । ଆଜିର ଦିନରେ ଆମ ଦେଶକୁ ମିଳିଛି ୧୫ ତମ ରାଷ୍ଟ୍ରପତି । ଦୌପଦୀ ମୁର୍ମୁ ଦେଶର ନୂଆ ରାଷ୍ଟ୍ରପତି ଭାବେ ଆଜି ଶପଥ ନେଇଛନ୍ତି ।

ତେବେ ୧୯୭୭ ଜୁଲାଇ ୨୫ ତାରିଖରୁ ଠିକ୍ ଏହି ତାରିଖରେ ମହାମହିମ ରାଷ୍ଟ୍ରପତିଙ୍କର ଶପଥ ପାଠ ଉତ୍ସବ ହୋଉଛି । ଆସନ୍ତୁ ଜାଣିବା ଜୁଲାଇ ୨୫ ତାରିଖକୁ କାହିଁକି ଦେଶର ପ୍ରଥମ ନାଗରିକଙ୍କ ଶପଥ ଗ୍ରହଣ ପାଇଁ ଧାର୍ଯ୍ୟ କରାଯାଇଛି ।

ଭାରତ ପାଇଁ ଜୁଲାଇ ୨୫ ତାରିଖ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ । ପ୍ରତି ୫ ବର୍ଷରେ ଥରେ ଏହିଦିନ ଦେଶକୁ ମିଳନ୍ତି ନୂଆ ରାଷ୍ଟ୍ରପତି । ଆଜି ମଧ୍ୟ ଜୁଲାଇ ୨୫ ତାରିଖ । ଦେଶକୁ ମିଳିଛନ୍ତି ଆଉ ଜଣେ ରାଷ୍ଟ୍ରପତି । ପ୍ରତିଦ୍ୱନ୍ଦ୍ୱି ଯଶୱନ୍ତ ସିହ୍ନାଙ୍କୁ ବଡ ବ୍ୟବଧାନରେ ହରାଇ ମହାମହିମ ପଦ ପାଇଁ ଯୋଗ୍ୟ ସାବ୍ୟସ୍ତ ହୋଇଛନ୍ତି ।

ଯଦି ଇତିହାସ ଉପରେ ଦୃଷ୍ଟିପାତ କରାଯାଏ ତେବେ ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ଜୁଲାଇ ୨୫ ତାରିଖରେ ହିଁ ଶପଥ ଗ୍ରହଣ କରି ଦାୟିତ୍ୱ ଗ୍ରହଣ କରିଆସୁଛନ୍ତି । ଏହି ବିଶେଷ ମାସର ନିର୍ଦ୍ଦିଷ୍ଟ ତାରିଖକୁ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଦିନ ଭାବେ ଜଣାଯାଏ ।

ଦେଶର ଷଷ୍ଠ ରାଷ୍ଟ୍ରପତି ନିଲମ ସଞ୍ଜୀବ ରେଡ୍ଡି ୧୯୭୭ ଜୁଲାଇ ୨୫ ତାରିଖରେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ସେହି ଦିନ ଠାରୁ ଏହି ଦିନଟିକୁ ରାଷ୍ଟ୍ରପତିଙ୍କ ଶପଥପାଠ ଦିନ ଭାବେ ଅନୁଷ୍ଠିତ କରାଯାଉଛି । ତାଙ୍କ ପରେ ଯେତେଜଣ ରାଷ୍ଟ୍ରପତି ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିଛନ୍ତି ସେମାନେ ସମସ୍ତେ ଏହି ଦିନ ହିଁ ଶପଥ ପାଠ ଗ୍ରହଣ କରିଥିଲେ । ନିଲମ ସଞ୍ଜୀବଙ୍କ ପରେ ୮ଜଣ ରାଷ୍ଟ୍ରପତି କାର୍ଯ୍ୟକାଳ ପୂରଣ କରିପାରିଛନ୍ତି ।

ସେମାନେ ହେଲେ :
ନିଲମ ସଞ୍ଜୀବ ରେଡ୍ଡି- (୧୯୭୭ ଜୁଲାଇ ୨୫ରୁ ୧୯୮୨ ଜୁଲାଇ ୨୫)
ଜ୍ଞାନୀ ଜୈଲ ସିଂହ –( ୧୯୮୨ ଜୁଲାଇ ୨୫ରୁ ୧୯୮୭ ଜୁଲାଇ ୨୫)
ରାମାସ୍ୱାମୀ ଭେଙ୍କଟରମଣ -(୧୯୮୭ ଜୁଲାଇ ୨୫ରୁ ୧୯୯୨ ଜୁଲାଇ ୨୫)
ଶଙ୍କର ଦୟାଲ ଶର୍ମା-(୧୯୯୨ ଜୁଲାଇ ୨୫ରୁ ୧୯୯୭ ଜୁଲାଇ୨୫)
କେ.ଆର ନାରାୟଣନ୍-(୧୯୯୭ ଜୁଲାଇ ୨୫ରୁ ୨୦୦୨ ଜୁଲାଇ୨୫)
ଏପିଜେ ଅବଦୁଲ କଲାମ –( ୨୦୦୨ ଜୁଲାଇ ୨୫ରୁ ୨୦୦୭ ଜୁଲାଇ୨୫)
ପ୍ରତିଭା ପାଟିଲ-(୨୦୦୭ ଜୁଲାଇ ୨୫ରୁ ୨୦୧୨ ଜୁଲାଇ୨୫)
ପ୍ରଣବ ମୁଖାର୍ଜୀ-(୨୦୧୨ ଜୁଲାଇ ୨୫ରୁ ୨୦୧୭ ଜୁଲାଇ୨୫)
ରାମନାଥ କୋବିନ୍ଦ-(୨୦୧୭ ଜୁଲାଇ ୨୫ରୁ ୨୦୨୨ ଜୁଲାଇ୨୫)

ବ୍ୟତୀକ୍ରମ ଥିଲେ ଦେଶର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ , ଯିିଏ କି ୧୯୫୦ ଜାନୁଆରୀ ୨୬ ତାରିଖରେ ଶପଥ ପାଠ କରିଥିଲେ । ତାଙ୍କ ପରେ ମଧ୍ୟ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ମଧ୍ୟ ୧୯୬୨, ମେ ୧୩ ତାରିଖରେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ । ହେଲେ ଷଷ୍ଠ ରାଷ୍ଟ୍ରପତି ଜ୍ଞାନୀଦୟାଲ ସିଂଙ୍କ ପରେ ଜୁଲାଇ ୨୫ ତାରିଖକୁ ହିଁ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଦିବସ ଭାବେ ଧାର୍ଯ୍ୟ କରାଯାଇଛି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦେଶ ସ୍ୱାଧୀନ ଠାରୁ ଆଜିଯାଏଁ ଏପରି ଗୋଟିଏ ବି ଦିନ ନାହିଁ ରାଷ୍ଟ୍ରପତି ପଦ ଖାଲି ପଡିଛି।

Related Posts