ଅଖିଳେଶ ନିଜ କାକା ଓ ଭାଉଜଙ୍କୁ ସମ୍ଭାଳି ପାରିଲେ ନାହିଁ, ଆମକୁ କଣ ସମ୍ଭାଳିବେ : ଓମ ପ୍ରକାଶ ରାଜଭର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସମାଜବାଦୀ ପାର୍ଟିରୁ ଅଲଗା ହେବା ପରେ ଓମ୍ ପ୍ରକାଶ ରାଜଭର ପୁଣି ଥରେ ସପା ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି। ସୁହେଲଦେବ ଭାରତୀୟ ସମାଜ ପାର୍ଟିର ମୁଖ୍ୟ ଓମ ପ୍ରକାଶ ରାଜଭର କହିଛନ୍ତି ଯେ ୨୦୨୪ ମସିହାରେ କୌଣସି ଦଳ ସହ ମେଣ୍ଟ ଗଠନ କରିବାରେ ଦ୍ୱିଧା ନାହିଁ। ସେ ସ୍ପଷ୍ଟ କରିଛନ୍ତି ଯେ ଏସପି ଏବଂ ସୁଭାସପା ମଧ୍ୟରେ ଗଠବନ୍ଧନ ଭାଙ୍ଗିଯାଇଛି | ଓମ ପ୍ରକାଶ ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ମୁଁ ଅଖିଳେଶଙ୍କୁ କହିଥିଲି ଯେ କିଛି ଦିନ ପାଇଁ ନିର୍ବାଚନୀ କ୍ଷେତ୍ରକୁ ଯାଅ | ମୋ କଥା ସିଏ ଶୁଣିଲେ ନାହିଁ | ରାଷ୍ଟ୍ରପତି ନିର୍ବାଚନ ପାଇଁ ଆୟୋଜିତ ବୈଠକରେ ମଧ୍ୟ ଆମକୁ ଡକାଯାଇ ନଥିଲା। ସେ ଆହୁରି କହିଛନ୍ତି ଯେ ଯଦି ଅଖିଳେଶ ଯାଦବ ତାଙ୍କ ଭାଉଜ ଅପର୍ଣ୍ଣା ଏବଂ କାକା ଶିବପାଲଙ୍କୁ ସମ୍ଭାଳି ପାରିଲେ ନାହିଁ, ତେବେ ସେ ଆମକୁ କେମିତି ସମ୍ଭାଳିପାରିବେ | ସେ କାହା କଥା ଶୁଣନ୍ତି ନାହିଁ |ଟିକେଟ୍ ବଣ୍ଟନରେ ଭେଦଭାବ କରନ୍ତି | ସେ କହିଛନ୍ତି ଯେ ଏସପି ସହ ମେଣ୍ଟ ଭାଙ୍ଗିଛି। ୨୦୨୪ ନିର୍ବାଚନ ପାଇଁ ରଣନୀତି ସମ୍ପର୍କରେ ଓମ ପ୍ରକାଶ କହିଛନ୍ତି ଯେ କୌଣସି ଗୋଟିଏ ଦଳ ଏକାକୀ ସରକାର ଗଠନ କରିପାରିବେ ନାହିଁ। ମୋତେ ମଧ୍ୟ କାହା ସହିତ ଗଠବନ୍ଧନ କରିବାକୁ ପଡିବ |

ସୂଚନା ଥାଉ କି ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ତାଙ୍କ କାକା ଶିବପାଲ ଯାଦବ ଏବଂ ସହଯୋଗୀ ଓମ୍‌ ପ୍ରକାଶ ରାଜଭରଙ୍କୁ ଚିଠି ଲେଖି କହିଥିଲେ ଯେ ସେମାନେ ନିଜ ଇଚ୍ଛାରେ ଦଳ ଛାଡ଼ିପାରିବେ। ଏହି ଚିଠିରେ କୁହାଯାଇଥିଲା ଯେ ସେମାନେ ନିଜ ଇଚ୍ଛାରେ ଦଳ ଛାଡ଼ି ପାରିବେ ଏବଂ ସେମାନଙ୍କୁ ଯେଉଁଠି ବେଶୀ ସମ୍ମାନ ମିଳୁଛି ‌ସେମାନେ ସେଠାକୁ ଯାଇ ପାରିବେ। ସପା ପକ୍ଷରୁ ଏହି ଚିଠି ଜାରି ହେବାର କିଛି ଘଣ୍ଟାପରେ ରାଜଭର କହିଥିଲେ ଯେ, ଅଖିଳେଶ ଆମକୁ ତଲାକ ଦେଲେ ଏବଂ ଆମେ ତଲାକ ଗ୍ରହଣ କଲୁ।

Related Posts