କାହିଁକି ସେନାକୁ ବିଜୁଳି ଓ ପାଣି ବାସନ୍ଦ ର ଧମକ ଦେଲା ତେଲେଙ୍ଗାନା ସରକାର?

ସତ୍ୟପାଠ ବ୍ୟୁରୋ 13/03 : ସିକନ୍ଦରାବାଦରେ କେଣ୍ଟନମେଣ୍ଟ ଏରିଆରେ ସେନା କଲୋନୀ କୁ ପାଣି ଓ ବିଜୁଳି କନେକସନ୍ କାଟିଦିଆଯବ ବୋଲି ଧମକ ଦେଇଛନ୍ତି ତେଲେଙ୍ଗାନା ସରକାର। ତେଲେଙ୍ଗାନା ନଗର ପ୍ରଶାସନ ମନ୍ତ୍ରୀ କେଟି ରାମାରାଓ ଭାରତୀୟ ସେନା ଅଧିକାରୀମାନଙ୍କୁ ଏହି ଚେତାବନୀ ଦେବାପରେ ଏକଥା ଏବେ ବଡ଼ ବିବାଦର ରୂପ ନେଇଛି। ଶ୍ରୀ ରାମାରାଓ ସିକନ୍ଦରାବାଦରେ କେଣ୍ଟନମେଣ୍ଟ ବୋର୍ଡ ଅଞ୍ଚଳରେ ରହୁଥିବା ସ୍ଥାନୀୟ ସାମରିକ କର୍ତ୍ତୃପକ୍ଷଙ୍କ ବିଦ୍ୟୁତ ଓ ପାଣି ସଂଯୋଗ କାଟି ଦେବେ ବୋଲି କହିଛନ୍ତି ।

ତେବେ କାହିଁକି ତେଲେଙ୍ଗାନା ସରକାର ଏଭଳି ଏକ ଚରମ ବାଣୀ ସେନା କୁ ଦେଇଛନ୍ତି? କଣ ଏଭଳି ପରିସ୍ଥିତି ଉପୁଜିଲା ଯାହାର ଫଳସ୍ୱରୁପ ରାମାରାଓ ସେନାକୁ ବିଜୁଳି ଓ ପାଣି ବାସନ୍ଦ ର ଧମକ ଦେବାକୁ ପଡ଼ିଲା ବୋଲି ଚର୍ଚ୍ଚା ହେଉଛି?

ସୂଚନା ମୁତାବକ ସିକନ୍ଦରାବାଦ ସେନା କେଣ୍ଟନମେଣ୍ଟ ଅଞ୍ଚଳରେ ଆସୁଥିବା ୨୧ଟି ସଡ଼କକୁ ବନ୍ଦ କରି ସେଗୁଡ଼ିକୁ ପ୍ରପ୍ରତିରକ୍ଷା ମନ୍ତ୍ରାଳୟ ନିଜ କବ୍ଯାକୁ ନେଇ କ୍ୟାନ୍ତନମେଣ୍ଟ ଅଞ୍ଚଳ କରିଛି । ଏହାଦ୍ୱାରା ସ୍ଥାନୀୟ ଲୋକମାନଙ୍କର ଗମନାଗମନ ବହୁତ ବାଧାପ୍ରାପ୍ତ ହେଉଛି।

ଏ କଥା ବିଧାନସଭାରେ ମଧ୍ଯ ଉଠିଛି ଏବଂ ଗୃହରେ ମଧ୍ୟ ଉଦବେଗ ପ୍ରକାଶ ପାଇଛି। ସ୍ଥଳ ସେନା ଅଧିକାରୀମାନଙ୍କ ଦ୍ୱାରା ବନ୍ଦ କରାଯାଇଥିବା ରାସ୍ତା ଓ ନିର୍ମାଣ କାର୍ଯ୍ୟ ଦ୍ୱାରା ସ୍ଥାନୀୟଅଧିବାସୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଗୃହରେ ରାମାରାଓ କହିଥିଲେ। ଏହାଛଡ଼ା ଅନେକ ଅଞ୍ଚଳରେ ପ୍ରାତଃ ଭ୍ରମଣ ଉପରେ ମଧ୍ୟ ରୋକ ଲଗା ଯାଇଛି। ମନ୍ତ୍ରୀ କହିଛନ୍ତି ବଲକାପୁର ଡ୍ରେନରେ ଚେକ ଡ୍ୟାମ ତିଆରି କରା ଯାଉଥିବାରୁ ନଦୀମ କଲୋନୀରେ ପାଣି ଭର୍ତ୍ତି ହେବାରେ ଲାଗିଛି । ଏହି ସମୟରେ କେଟି ରାମାରାଓ ଭାରତୀୟ ପ୍ରତ୍ନତତ୍ୱ ସର୍ଭେକ୍ଷଣ (ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ) ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଏଏସଆଇ(ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ) ରାଜ୍ୟ ସରକାରଙ୍କୁ ଶତମ ଟାଙ୍କିରୁ ଗୋଲକୁଣ୍ଡା ଦୁର୍ଗକୁ ପାଣି ଛାଡ଼ିବା ପାଇଁ ଅଟକାଉଛି।

କେଟିଆର କହିଛନ୍ତି ରାଜ୍ୟର ଲୋକମାନଙ୍କର ସହମତି ଆଧାରରେ ବିଧାନସଭାପରେ ମୁଁ ଏହି କଥା କହୁଛି । ଆମେ ସେନା ଅଧିକାରୀମାନଙ୍କୁ ବାରମ୍ବାର କହୁଛୁ ସେମାନଙ୍କ କାମ ଦ୍ୱାରା ଏଠାରେ ସାଧାରଣ ଲୋକମାନେ ଅସୁବିଧାର ସାମ୍ନା କରୁଛନ୍ତି । ଆମ ଅଧିକାରୀମାନେ ସେମାନଙ୍କ ସହ ଆଲୋଚନା କରିବେ। ଯଦି ପୁଣି ସେମାନେ ଆମ ଆମକଥା ବୁଝିବେ ନାହିଁ ତାହେଲେ ଆମେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ସେ ଆହୁରି କହିଛନ୍ତି ତେଲେଙ୍ଗାନା କୌଣସି ଅଲଗା ଦେଶର ନୁହଁ। ଯଦି ଆବଶ୍ୟକ ପଡ଼ିଲା ତାହେଲେ ଆମେ ସେନାଧିକାରୀଙ୍କ ବିରୋଧରେ ବିଜୁଳି ଏବଂ ପାଣି ଯୋଗାଣ ବନ୍ଦ କରିଦେବୁ। ସୂଚନାଥାଉକି, ସ୍ଥାନୀୟ ଲୋକମାନଙ୍କ ସହିତ ରାଜ୍ୟ ସରକାର ମଧ୍ୟ କେନ୍ଦ୍ର ସରକାରଙ୍କୁ ସିକନ୍ଦରାବାଦ କେଣ୍ଟନମେଣ୍ଟ ଜୋନକୁ ଗ୍ରେଟର ହାଇଦରାବାଦ ମ୍ୟୁନିସିପାଲ କର୍ପୋରେସନ ସହିତ ସଂଯୋଗ କରିବା ପାଇଁ ଦାବି କରୁଛନ୍ତି

Related Posts