କାଉଡି ଯାତ୍ରାକୁ କଣ ପାଇଁ ଅନୁମତି ଦିଆଗଲା ? ସ୍ଵତଃ ସଂଜ୍ଞାନ ନେଇ ଉଭୟ ୟୁପି ଓ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦେଶରେ କରୋନା ସଙ୍କଟ ଏବେବି ଜାରି ରହିଥିବା ସତ୍ତ୍ବେ କାଉଡି ଯାତ୍ରାକୁ କଣ ପାଇଁ ଅନୁମତି ଦେଲେ ଉତ୍ତର ପ୍ରଦେଶ ସରକାର ? ଏମିତି ପ୍ରଶ୍ନ କରି ଉଭୟ ଯୋଗୀ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ୍ ଆର.ଏଫ. ନରିମମଙ୍କ ଖଣ୍ଡପୀଠ ଏହି ମାମଲାରେ ସ୍ବତଃ ସଂଜ୍ଞାନ ନେଇ ଉଭୟ କେନ୍ଦ୍ର ଓ ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଶୁକ୍ରବାର ଦିନ ଧାର୍ଯ୍ୟ କରାଯାଇଛି। 

 ଜଷ୍ଟିସ ନରିମାମ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କହିଛନ୍ତି, ‘ଆଜି ଖବରକାଗଜ ଦେଖିବା ପରେ ଚିନ୍ତାରେ ପଡିଲୁ ଯେ କୋଭିଡ୍ -19 ସଂକ୍ରମଣ ମଧ୍ୟରେ ଉତ୍ତରପ୍ରଦେଶରେ କାଉଡି ଯାତ୍ରା ଜାରି ରଖିବାକୁ ନିଷ୍ପତ୍ତି ନେଇଥିବାବେଳେ ପଡୋଶୀ ରାଜ୍ୟ ଉତ୍ତରାଖଣ୍ଡ ସରକାର ଏହାକୁ ବାତିଲ କରିଛନ୍ତି। କାଉଡି ଯାତ୍ରା ପାଇଁ ଅନୁମତି ଦେଇଥିବା ସେହି ସମ୍ମାନିତ ରାଜ୍ୟର ମତ ଆମେ ଜାଣିବାକୁ ଚାହୁଁଛୁ। ବର୍ତ୍ତମାନ କ’ଣ ଘଟୁଛି ଲୋକମାନେ ବୁଝି ପାରୁ ନାହାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନାର ତୃତୀୟ ଲହର ନେଇ ଚେତାବନୀ ସତ୍ତ୍ୱେ ଏମିତି ଳ ଘଟୁଛି।

   ସୂଚନାଯୋଗ୍ୟ ଯେ ଉତ୍ତରପ୍ରଦେଶର ପଡୋଶୀ ରାଜ୍ୟ ଉତ୍ତରାଖଣ୍ଡରେ ମଙ୍ଗଳବାର ଦିନ କାଉଡି ଯାତ୍ରା ଉପରେ ରୋକ୍ ଲଗାଯାଇଛି। ସରକାର କହିଛନ୍ତି ଯେ କରୋନା ସଂକ୍ରମଣ ହ୍ରାସ ପାଉ ନାହିଁ, ଏପରି ପରିସ୍ଥିତିରେ କାଉଡି ଯାତ୍ରାକୁ ଅନୁମତି ଦିଆଯାଇପାରିବ ନାହିଁ।  ଜୁଲାଇ ୨୫ରୁ ଅଗଷ୍ଟ ୬ ପର୍ଯ୍ୟନ୍ତ କାଉଡି ଯାତ୍ରା ହେବାକୁ ଯାଉଛି। ପ୍ରତିବର୍ଷ କାଉଡି ଯାତ୍ରାରେ ବହୁ ସଂଖ୍ୟାରେ ଭକ୍ତ ଅଂଶଗ୍ରହଣ କରନ୍ତି ଏବଂ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ସମୟରେ ଭିଡ଼ ହେବାର ସମ୍ଭାବନା ଥାଏ । ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ କେନ୍ଦ୍ର ସରକାରଙ୍କୁ ଶୁକ୍ରବାର ସକାଳ ସୁଦ୍ଧା ଜବାବ ମାଗିଛନ୍ତି। 

Related Posts