
ବିନିକା : ସୁବର୍ଣ୍ଣପୁର ଜିଲ୍ଲାର ସୋନପୁରରୁ ଡୁଙ୍ଗୁରିପାଲି ରାସ୍ତାର ପ୍ରଶସ୍ତିକରଣ ହେବ । ଏନେଇ ରାଜ୍ୟରେ ବସିଥିବା କେବିନେଟ ବୈଠକରେ ଅନୁମୋଦନ ଲାଭ କରିଛି। ଏହି ପ୍ରକଳ୍ପ ଦ୍ବାରା ସୋନପୁର, ବିନିକା, ରାମପୁର ଓ ଡୁଙ୍ଗୁରିପାଲିର ଲୋକେ ସୁରୁଖୁରୁରେ ଯିବା ଆସିବା ପାଇପାରିବେ। ଏହି ପ୍ରକଳ୍ପ ଆଗାମୀ ଦେଢ଼ ବର୍ଷ ମଧ୍ୟରେ ସରିବ ବୋଲି ଲକ୍ଷ୍ୟ ରଖାଯାଇଛି।
ଏହି ପ୍ରକଳ୍ପ ପାଇଁ ୨୦୦ କୋଟି ଟଙ୍କା ଅର୍ଥ ଅନୁମୋଦନ କରାଯାଇଛି। ଏନେଇ ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଡୁଙ୍ଗୁରିପାଲି ଆରଏମସି ସଭାଗୃହରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହାସହିତ ଏହି ରାସ୍ତା ପ୍ରଶସ୍ତି କରଣ ପ୍ରକଳ୍ପ ପାଇଁ ଜିଲ୍ଲାବାସୀ ଖୁସି ବ୍ୟକ୍ତ କରିଛନ୍ତି।