ଖୁବ୍‌ ଶୀଘ୍ର ଓଟିଟିରେ ଏଣ୍ଟ୍ରି କରିବେ ବେବୋ: ଫ୍ୟାନ୍ସଙ୍କୁ ଦେଲେ ସୂଚନା

ବଡ଼ ପରଦାରେ ବର୍ଷ ବର୍ଷ ଧରି ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ବେବୋ ନିଜ ଫ୍ୟାନ୍ସ ମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି | ଖୁବ୍‌ ଶୀଘ୍ର ସେ ଓଟିଟିରେ ଏଣ୍ଟ୍ରି କରିବେ ବୋଲି ସୂଚନା ଦେଇଛନ୍ତି | ସେ ଡିଜିଟାଲ ଦୁନିଆରେ ଏଣ୍ଟ୍ରି ନିମନ୍ତେ ଖୁବ୍‌ ଏକ୍ସାଇଡେଡ ଥିବା କରିନା ନିଜେ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି।

ଜାପାନୀ ଲେଖକ କିଗୋ ହିଗାଶିନୋଙ୍କ ଉପନ୍ୟାସ ଉପରେ ପର୍ଯ୍ୟବେଷିତ ’ ଦ ଡିଭୋସନ ଅଫ ସସ୍‌ପେକ୍ଟ ଏକ୍ସ’ ଉପରେ ଆଧାରିତ ଏକ ମର୍ଡର ମିଷ୍ଟ୍ରି ଜରିଆରେ ଡିଜିଟାଲ ଦୁନିଆରେ ପାଦ ଥାପିବେ କରିନା। ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ସୁଜୟ ଘୋଷ।

ଇନଷ୍ଟାଗ୍ରାମରେ ଏହାର ଏକ ଭିଡିଓ ପୋଷ୍ଟ କରି କରିନା ଲେଖିଛନ୍ତି, ଚଳଚ୍ଚିତ୍ରଟି ଜଣେ ବିଶ୍ୱସ୍ତରୀୟ ବିକ୍ରେତାଙ୍କ କାହାଣୀର ସ୍କ୍ରିନ୍‌ ଆଡପସନ୍‌। | ଏହା ମର୍ଡର ମିଷ୍ଟ୍ରି, ଥ୍ରୀଲର, ସସ୍‌ପେନ୍ସରେ ଭରପୁର ରହିଛି। ତେବେ ଏହାର ରିଲିଜ ଡେଟ ଫାଇନାଲ ହୋଇନି ।

ଏହି ଫିଲ୍ମରେ ବେବୋଙ୍କ ସହ ସ୍କ୍ରିନ ଶେଆର କରିବେ ଜୟଦୀପ, ଅହଲୱାଟୁ ଓ ବିଜୟ ବର୍ମା। ମର୍ଡର ମିଷ୍ଟ୍ରିକୁ ନେଇ ଏହି ପ୍ରୋଜେକ୍ଟ ଆଗେଇ ଚାଲିଥିବା ବେଳେ ଏ ପର୍ଯ୍ୟନ୍ତ ଏହାର ଟାଇଟଲ୍‌ ଫାଇନାଲ ହୋଇନି।

Related Posts