ମହାରାଷ୍ଟ୍ର ବିଧାନସଭାରେ ହଙ୍ଗାମା କରିଥିବା ଅଭିଯୋଗରେ ୧୨ ବିଜେପି ବିଧାୟକ ନିଲମ୍ବିତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଜିଠାରୁ ମହାରାଷ୍ଟ୍ର ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିବା ବେଳେ ହଙ୍ଗାମା କରିବା ଏବଂ ବାଚସ୍ପତିଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ୧୨ ଜଣ ବିଜେପି ବିଧାୟକ ନିଲମ୍ବିତ ହୋଇଛନ୍ତି। ଏହି ବିଧାୟକ ମାନେ ଓବିସି ସଂରକ୍ଷଣକୁ ସମର୍ଥନ କରି ଜୋରଦାର ହଙ୍ଗାମା କରିଥିଲେ। ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟ କିଛି ଦିନ ତଳେ ମହାରାଷ୍ଟ୍ର ସରକାର ଲାଗୁ କରିଥିବା ଓବିସି ସଂରକ୍ଷଣ ଆଇନକୁ ରଦ୍ଦ କରି ଦେଇଥିଲେ। ଏହାକୁ ପୁନଃ ଲାଗୁ କରିବା ପାଇଁ ବିଜେପି ବିଧାୟକମାନେ ଗୃହକୁ ଅଚଳ କରିଦେଇଥିଲେ। ଆପତ୍ତିଜନକ ବ୍ୟବହାର ଯୋଗୁଁ ଏହି ୧୨ ଜଣ ବିଧାୟକଙ୍କୁ ବାଚସ୍ପତି ଏକ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିଛନ୍ତି। ଏହି ସଦସ୍ୟ ମାନଙ୍କୁ ଏକ ବର୍ଷ ପାଇଁ ବାସନ୍ଦ କରାଯିବାକୁ ବିଧାନସଭାରେ ବିଧେୟକ ପାସ୍ କରାଯାଇଥିଲା । ଉକ୍ତ ବାଧାୟକ ମାନେ ହେଉଛନ୍ତି ସଞ୍ଜୟ କୁଟେ, ଆଶିଷ ସେଳଶର, ଅଭିମନ୍ୟୁ ପୱାର, ଗିରିଶ ମହାଜନ, ଅତୁଲ ଭଟକଲକର, ପରାଗ ଅଲଭାନି, ହରିଶ ପିମ୍ପାଲେ, ରାମ ସତପୁତେ, ବିଜୟ କୁମାର ରାୱଲ, ୟୋଗେଶ ସାଗର, ନାରାୟଣ କୁଚେ ଏବଂ କ୍ରିତି କୁମାର ବଙ୍ଗିଡା । ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡ଼ନାଭିସ କହିଛନ୍ତି, ମିଥ୍ୟା ଅଭିଯୋଗରେ ବିଜେପି ବିଧାୟକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆମେ ଓବିସି ସଂରକ୍ଷଣ ପାଇଁ ଆମର ୧୨ ଜଣ ବିଧାୟକଙ୍କ ବଳିଦାନ ଦେବାକୁ ପ୍ରସ୍ତୁତ। ସେ କହିଛନ୍ତି, ” ବିଜେପିର କୌଣସି ବିଧାୟକ ବିଧାନସଭାରେ ଆଦୌ ଗାଳିଗୁଲଜ କରିନାହାନ୍ତି।

Related Posts