ଦେଶରେ କ୍ଷୀର ଓ ରାସନ ଠାରୁ ଅଧିକ ଶସ୍ତାରେ ମିଳୁଛି ମଦ: କମଲନାଥ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ ପେଟ୍ରୋଲିୟମ ଦ୍ରବ୍ୟର ମୂଲ୍ୟରେ କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି । ସେପଟେ ବୃଦ୍ଧି ବିରୋଧରେ ସାରା ଦେଶରେ ବିରୋଧ ପ୍ରଦର୍ଶନ ଚାଲିଛି । ଏହା ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ କମଲ ନାଥ ଦରବୃଦ୍ଧିକୁ ନେଇ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଲୋକମାନଙ୍କୁ କ୍ଷୀର ଏବଂ ଖାଦ୍ୟ ମିଳୁ ନାହିଁ । କିନ୍ତୁ ମଦ ମିଳୁଛି । ଅର୍ଥାତ ଦେଶରେ ରାସନ ଠାରୁ ଅଧିକ ଶସ୍ତାରେ ମିଳୁଛି ମଦ ବୋଲି ବରିଷ୍ଠ କଂଗ୍ରେସ ନେତା କମଲନାଥ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଆୟୋଜିତ ହୋଇଥିବା କଂଗ୍ରେସର ବିରୋଧ ସମୟରେ ସେ କହିଛନ୍ତି ଯେ କ୍ଷୀର ଏବଂ ରାସନର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ତା’ ଠାରୁ ଶସ୍ତା ମଦ ଅଟେ । ସେପଟେ ପାଞ୍ଚଟି ରାଜ୍ୟରେ ନିର୍ବାଚନ ପରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି।

ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇଛି। ଇନ୍ଧନ ମୂଲ୍ୟରେ ବୃଦ୍ଧି ସହିତ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । କଂଗ୍ରେସ ସମେତ ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଆକ୍ରମଣ କରୁଛନ୍ତି। କଂଗ୍ରେସ ଦଳ ଗୁରୁବାର ୩୧ ମାର୍ଚ୍ଚରୁ ୭ ଏପ୍ରିଲ ପର୍ୟ୍ୟନ୍ତ “ମହଙ୍ଗାଇ ମୁକ୍ତ ଭାରତ” ଅଭିଯାନ ଚଳାଉଛି। ଏହା ଅଧୀନରେ ଦଳର ସମସ୍ତ ରାଜ୍ୟ ଓ ସହରରେ ଗୁରୁବାର ଦିନ ଦଳର ନେତା ଓ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଭୋପାଳରେ ଆୟୋଜିତ ଧର୍ମଘଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା କମଲ ନାଥ ମଧ୍ୟ ଅଂଶଗ୍ରହଣ କରିଥିଲେ। ବିଜେପି ଶାସନ ଅଧୀନରେ କ୍ଷୀର ଅପେକ୍ଷା ମଦ ଶସ୍ତା ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଲୋକମାନେ କ୍ଷୀର ଏବଂ ରାସନ ଗ୍ରହଣ କରୁନାହାଁନ୍ତି, କିନ୍ତୁ ସେମାନେ ମଦ ପିଉଛନ୍ତି ବୋଲି କଂଗ୍ରେସ ନେତା କମଲନାଥ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts