ମହିଳାଙ୍କୁ ସମାନ ଅଧିକାର ଓ କାମ କରିବାର ସମ୍ପୂର୍ଣ ସ୍ଵାଧୀନତା ଦିଆଯାଉ: ମୋହନ ଭାଗବତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହିଳାଙ୍କୁ ସମାନ ଅଧିକାର ଓ କାମ କରିବାର ସମ୍ପୂର୍ଣ ସ୍ଵାଧୀନତା ଦିଆଯିବ ଉଚିତ୍। ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ( ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ନାଗପୁରରେ ଆୟୋଜିତ ବାର୍ଷିକ ଦଶହରା ଉତ୍ସବ ଅବସରରେ ଏହି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ନିଜ ପରିବାର ମଧ୍ୟରୁ ହିଁ ଏହି ପରିବର୍ତ୍ତନର ଆରମ୍ଭ କରିବା ଉଚିତ୍। ଆରଏସଏସ ସଂଗଠନକୁ ଏହି ବାର୍ତ୍ତାକୁ ସମାଜ ମଧ୍ୟକୁ ନେବାକୁ ପଡିବ ବୋଲି ସେ କହିଛନ୍ତି। ଯେପର୍ଯ୍ୟନ୍ତ ମହିଳାଙ୍କ ସମାନ ଅଂଶଗ୍ରହଣ ସୁନିଶ୍ଚିତ ନହେବ ସେ ପର୍ଯ୍ୟନ୍ତ ଦେଶର ପ୍ରଗତି ପାଇଁ ପ୍ରୟାସ ସଫଳ ହେବ ନାହିଁ ବୋଲି ଭାଗବତ ତାଙ୍କ ଅଭିଭାଷଣରେ କହିଛନ୍ତି। ତେଣୁ ସଂଘର ସମସ୍ତ ସଦସ୍ୟ ନିଜ ପରିବାରର ମହିଳା ମାନଙ୍କୁ ପୂର୍ଣ୍ଣ ସ୍ଵାଧୀନତା ଦେବାକୁ ଏହି ଅବସରରେ ଭାଗବତ ଆହ୍ବାନ ଦେଇଛନ୍ତି।

ଆରଏସଏସ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପର୍ବତାରୋହୀ ସନ୍ତୋଷ ଯାଦବଙ୍କୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ତେବେ ଦେଶରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତି ପରେ ଆରଏସଏସର କୌଣସି ଏକ କାର୍ଯ୍ୟକ୍ରମରେ ଜଣେ ମହିଳା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହାହିଁ ମହିଳା ସଶକ୍ତିକରଣର ପ୍ରକୃତ ଉଦାହରଣ ବୋଲି ଏହି କାର୍ଯ୍ୟକ୍ରମରେ ଭାଗବତ କହିଥିଲେ।

ସୂଚନା ଅନୁସାରେ, ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ପ୍ରତିଷ୍ଠା ପରଠୁ ପ୍ରତିବର୍ଷ ଦଶହରାରେ ନାଗପୁରର ରେସନବାଗ ମୈଦାନରେ ସଂଘ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । ଏହି କାର୍ଯ୍ୟକ୍ରମରେ ପ୍ରତି ବର୍ଷ ମୁଖ୍ୟ ଅତିଥି ଭାବେ ଜଣଙ୍କୁ ଆମନ୍ତ୍ରିତ କରାଯାଇଥାଏ । ୧୯୨୫ ମସିହା ପରଠାରୁ ପ୍ରତି ବର୍ଷ ଏହି କାର୍ଯ୍ୟକ୍ରମରେ ପୁରୁଷ ହିଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥାନ୍ତି ।କିନ୍ତୁ ଚଳିତ ବର୍ଷ ସଂଘ ନିଜର ପରମ୍ପରାକୁ ବଦଳାଇଛି । ଚଳିତଥର ଦଶହରାରେ ହେବାକୁ ଥିବା କାର୍ଯ୍ୟକ୍ରମରେ ସଂଘ ଦୁଇ ଥର ଏଭେରେଷ୍ଟ ପର୍ବତ ଆରୋହଣ କରିଥିବା ପ୍ରଥମ ମହିଳା ସନ୍ତୋଷ ଯାଦବଙ୍କୁ ଆମନ୍ତ୍ରିତ କରିଛି ।

Related Posts