ମିଳିବକି ଅନୁମତି ! ଆଶା ଓ ଆଶଙ୍କାରେ ରାଜଧାନୀର ରାବଣ ପୋଡି ଉତ୍ସବ

ଭୁବନେଶ୍ୱର : ଗତ ଦୁଇ ବର୍ଷ ପରେ ଚଳିତ ବର୍ଷ ବେଶ୍ ଧୁମଧାମରେ ପାଳନ ହେଉଛି ଦଶହରା ଉତ୍ସବ । ତେବେ ଏହି ଅବସରରେ ଆଶା ଓ ଆଶଙ୍କାରେ ରହିଛି ରାଜଧାନୀର ରାବଣ ପୋଡି ଉତ୍ସବ । ରାବଣ ପୋଡି ପାଇଁ ରାଜଧାନୀରେ ଏବେ ଯାଏଁ କାହାକୁ ଅନୁମତି ଦେଇନାହିଁ ଅଗ୍ନିଶମ ବାହିନୀ ।

ଯଦି ଆଗକୁ ଅନୁମତି ମିଳିଲା । ତେବେ ରାଜଣ ପୋଡି ପାଇଁ କ୍ଷେତ୍ର ପରିଦର୍ଶନ କରିବ କମିଶନରେଟ୍‌ ପୋଲିସ । କ୍ଷେତ୍ର ପରିଦର୍ଶନ ପରେ କମିଶନରେଟ୍‌ ପୋଲିସ ପକ୍ଷରୁ ଅନୁମତି ମିଳିବ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ରାବଣ ପୋଡି ନେଇ ପ୍ରସ୍ତୁତି ହୋଇସାରିଛି । କିନ୍ତୁ ପୋଲିସ କିମ୍ବା ଅଗ୍ନିଶମ ବିଭାଗର ଅନୁମତି ଏଯାଏଁ ମିଳିନାହିଁ । ପ୍ରଥମ ଅଗ୍ନିଶମ ବାହିନୀର ଅଧିକାରୀମାନେ ରାବଣ ପୋଡି ପାଇଁ ଅନୁମତି ଦେବେ , ତାପରେ ଯାଇ କମିଶନରେଟ୍‌ ପୋଲିସ କ୍ଷେତ୍ର ପରିଦର୍ଶନ କରି ଅନୁମତି ଦେବ ।

Related Posts