ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ବେଳାଭୂମିରେ ବିଶ୍ୱର ସବୁଠାରୁ ବଡ଼ ସମୁଦ୍ର ସଫେଇ ଆଭିଯାନରେ ଶୁକ୍ରବାର ଅନୁଷ୍ଠିତ ହୋଇଛି । ତେବେ ଏହି ସଫେଇ ସମୟରେ ୭୬ ଟନ୍‌ର ପ୍ଲାଷ୍ଟିକ୍‌ ସଂଗ୍ରହ କରାଯାଇଛି। ଏହି ଅଭିଯାନରେ ୨୨ ହଜାର ଲୋକ ସାମିଲ ଥିବା ବେଳେ ଏମାନେ ଗୋକୂଳ ବେଳାଭୂମି ଠାରୁ ଆରମ୍ଭ କରି ଭୀମଲି ବେଳାଭୂମି ପ୍ରାୟ ୨୮ କିମି ସମୁଦ୍ର ତଟ ସଫା କରିଥିଲେ। ଯେଉଁଥିରେ ଟନ୍ ଟନ ଓଜନର ପ୍ଲାଷ୍ଟିକ୍ ଆବର୍ଜନା ଜବତ ହୋଇଥିଲା।

ଏହି ବେଳାଭୂମି ସଫେଇ ଅଭିଯାନକୁ ପ୍ରଶଂସା କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ। ଉଦ୍ଭିତ ଓ ଜୀବ ଜଗତକୁ ସୁରକ୍ଷା ଦେବା ପ୍ରତ୍ୟେକ ନାଗରିକଙ୍କର କର୍ତ୍ତବ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତା ଛଡ଼ା ରାଜ୍ୟରେ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ୍ ବ୍ୟାନ୍‌ ନେଇ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏନେଇ ଶ୍ରୀ ରେଡ୍ଡୀ କହିଛନ୍ତି “ପ୍ଲାଷ୍ଟିକ୍ ବ୍ୟାନ୍‌ କରିବା ଆମର ପଦକ୍ଷେପ। ତିରୁମାଲମ ତିରୁପତି ଦେବସ୍ଥାନମରେ ପ୍ଲାଷ୍ଟିକ୍ ଫ୍ରି ନୀତିକୁ ଆପଣାଇଛନ୍ତି। ପ୍ଲାଷ୍ଟିକ୍‌ ବ୍ୟାଗ ତୁଳନାରେ ବୁଣାକାର ବ୍ୟାଗ ସେଠାରେ ବ୍ୟବହାର କରାଯାଉଛି।”

ସାରା ରାଜ୍ୟରେ ପ୍ଲାଷ୍ଟିକ୍ ବ୍ୟାନ୍‌ ନେଇ ଆମେ ପଦକ୍ଷେପ ନେଇ ଧୀରେ ଧୀରେ ଲୋକଙ୍କୁ ଏ ବିଷୟରେ ସତର୍କ କରାଇଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏଥିସହ ୨୦୨୭ ବେଳକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ୍ ମୁକ୍ତ ହେବ ଆନ୍ଦ୍ରପ୍ରଦେଶ ।