ଯୋଗୀ ଆଦିତ୍ୟନାଥଙ୍କ ଓଏସଡି ମୋତିଲାଲ ସିଂହଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ

ନୂଆଦିଲ୍ଲୀ: ଆଖି ବୁଜିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଓଏସଡି ମୋତିଲାଲ ସିଂହ । ଆଜି ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ପତ୍ନୀ ଓ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଗୋରଖପୁର ମେଡିକଲ କଲେଜରେ ଭର୍ତ୍ତି କରାଯାଇଛି । ମୋତିଲାଲଙ୍କ ପତ୍ନୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ।

ସୂଚନା ମୁତାବକ, ମୋତିଲାଲ ଓ ତାଙ୍କ ପତ୍ନୀ କାରରେ ଥିବାବେଳେ ଡ୍ରାଇଭର ଗାଡି ଚଳାଉଥିଲା । ହେଲେ ହଠାତ୍ କାର ଭାରସାମ୍ୟ ହରାଇ ଏକ ଗଛରେ ପିଟିହୋଇଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । କିଛି ଦିନ ପୂର୍ବରୁ ଯୋଗୀ ଆଦିତ୍ୟନାଥ ତାଙ୍କର କାର୍ଯ୍ୟକାଳ ସେପ୍ଟମ୍ବର ୩୦ ତାରିଖ ଯାଏଁ ବଢାଇଥିଲେ । ଗୋରଖପୁର ନଗର ନିଗମ ଆୟୋଗରୁ ଅବସର ପରେ ମୋତିଲାଲ ଗୋରଖନାଥ ମନ୍ଦିର ଟ୍ରଷ୍ଟ ସହ ଜଡିତ ହୋଇଥିଲେ ।ମନ୍ଦିରର ବିକାଶମୂଳକ କାର୍ଯ୍ୟ ସହ ଲୋକଙ୍କର ସମସ୍ୟା ବୁଝୁଥିଲେ ।

Related Posts