ଚୀନକୁ ସମର୍ଥନ କରୁଛନ୍ତି ରାହୁଲ ! ୧,୫୦୦ଟି ଅଭିଯୋଗ ଦାଖଲ

ଅଡୁଆରେ ରାହୁଲ ଗାନ୍ଧି | ଅନେକ ସମୟରେ ନିଜ ଭାଷଣକୁ ନେଇ ବିବାଦରେ ଛନ୍ଦି ହେଉଥିବା ରାହୁଲ ଗାନ୍ଧୀ ଏବେ ପୁଣି ବିବାଦରେ ଛନ୍ଦି ହୋଇଛନ୍ତି | ସେ କରିଥିବା ଟୁଇଟକୁ ନେଇ ରାହୁଲଙ୍କୁ ଘେରିଛି ବିରୋଧୀ | ରାହୁଲ ଙ୍କ ଟ୍ୱିଟ ‘ଭାରତ ଗୁରଜୁରାଟରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ’ କୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରାଜ୍ୟ ବିଜେପି ଅଧ୍ୟକ୍ଷ ଭାବେଶ କାଲିତା ଓ ମନ୍ତ୍ରୀ ପିୟୁଶ ହଜାରିକାଙ୍କ ସହିତ ଆଲୋଚନା ପରେ ବିଜେପିର ଯୁବମାର୍ଚ୍ଚା ରାହୁଲ ଗାନ୍ଧିଙ୍କ ବିରୋଧରେ ୧,୫୦୦ଟି ଅଭିଯୋଗ ଦାଖଲ କରିଛି ।

ଭାରତୀୟ ଯୁବମୋର୍ଚ୍ଚା ଦାବି କରିଛି ଏହି ଅଭିଯୋଗ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ଦାଖଲ କରିଛନ୍ତି। ଭାରତୀୟ ଯୁବମୋର୍ଚ୍ଚା କହିଛି ରାହୁଲ ଗାନ୍ଧି ଭାରତକୁ କଶ୍ମୀରରୁ କେରଳ ଓ ଗୁଜୁରାଟରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଅଛି ବୋଲି କହିଛନ୍ତି । କିନ୍ତୁ ସେ ପୂର୍ବ ଭାଗକୁ ଭାରତର ଅଂଶ ବୋଲି କହିନାହାନ୍ତି । ରାହୁଲ ଗାନ୍ଧି ପରୋକ୍ଷ ଭାବେ ଚୀନକୁ ସମର୍ଥନ କରିଛନ୍ତି ବୋଲି ଅଭିଯୋଗ ହେଉଛି। ସୂଚନା ଯୋଗ୍ୟଯେ ଅରୁଣାଚଳପ୍ରଦେଶର କିଛି ଅଂଶକୁ ଚୀନ ନିଜର ବୋଲି ଦାବି କରୁଛି। ଭାରତୀୟ ଯୁବମୋର୍ଚ୍ଚା କହିଛି ରାହୁଲ ଗାନ୍ଧି ବିଛିନ୍ନତାବାଦି ମାନସିକତା ଦେଖାଉଛନ୍ତି।

ରାହୁଲ ଗାନ୍ଧି ଫେବୃଆରୀ ୧୦ରେ ଟୁଇଟ କରିଥିଲେ ‘‘ଆମର ଏକତାରେ ଶକ୍ତି, ସଂସ୍କୃତିରେ ଆମର ଏକତା, ବିବିଧତାରେ ଆମର ଏକତା, ଭାଷାରେ ଆମର ଏକତା, ଲୋକମାନେ ଆମର ଏକତା, ରାଜ୍ୟମାନେ ଆମର ଏକତା । କଶ୍ମୀରରୁ କେରଳ ପର୍ଯ୍ୟନ୍ତ ଗୁଜୁରାତରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଭାରତ ନିଜର ସମସ୍ତ ରଙ୍ଗରେ ଖୁବ ସୁନ୍ଦର ଅଟେ । ଭାରତର ଆତ୍ମାକୁ ଅପମାନ କରନ୍ତୁ ନାହିଁ | ଏବେ ରାହୁଲଙ୍କ ଏହି ଟ୍ୱିଟ ନେଇ ବିବାଦ ବଢିବାକୁ ଲାଗିଛି |

Related Posts