ନିର୍ବାଚନୀ ହିଂସା : କଂଗ୍ରେସ କର୍ମୀଙ୍କ ଘରେ ଶାସକ ଦଳର କର୍ମୀ ନିଆଁ ଲଗାଇଦେଇଥିବା ଅଭିଯୋଗ

ଜଳେଶ୍ୱର ଭୋଗରାଇ ବ୍ଲକ୍‌ କୁମ୍ଭୀରଗଡ଼ି ପଞ୍ଚାୟତରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା | ଶାସକ ଦଳର କର୍ମୀ ମନେ କଂଗ୍ରେସ ଦଳର କର୍ମୀଙ୍କ ଘରେ ନିଆଁ ଲଗାଇଦେଇଥିବା ନେଇ ଅଭିଯୋଗ ଆସିଛି | କଂଗ୍ରେସ ଦଳର କର୍ମୀ ଦୁର୍ଗା ବେଶରା ସୋମବାର ରାତିରେ ପରିବାର ଲୋକଙ୍କ ସହ ଖାଇ ଶୋଇଥିଲେ। ରାତି ପ୍ରାୟ ୩ଟା ବେଳେ ଦୁର୍ବୃତ୍ତମାନେ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ | ଏନେଇ ସେ ଜାଣିବା ପରେ ଜୀବନ ବିକଳରେ ଦୁର୍ଗା ଓ ତାଙ୍କ ପରିବାର ଲୋକେ ଘରୁ ବାହାରକୁ ଚାଲିଯାଇଥିଲେ | ଅଳ୍ପକେ ଏକ ବଡ ଅଘଟଣାରୁ ତାଙ୍କ ପରିବାର ବଂଚି ଯାଇଥିଲା | ମାତ୍ର ଘରେ ଥିବା ସବୁ ଆସବାବପତ୍ର ଓ ଖାଦ୍ୟ ସାମଗ୍ରୀ ଏବଂ ୯ ଛେଳି ପୋଡ଼ି ଯାଇଛି।

ରାତିରେ ଘରେ ନିଆଁ ଲାଗିଥିବା ଦେଖି ଦୁର୍ଗା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ଗ୍ରାମବାସୀ। ହେଲେ ଅଗ୍ନିଶମ ଗାଡ଼ି ଆସି ପହଞ୍ଚିଲା ବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା। ବିଜେଡି କର୍ମୀମାନେ ତାଙ୍କ ଘରେ ନିଆଁ ଲଗାଇ ଦେଇଥିବା ଦୁର୍ଗା ଅଭିଯୋଗ କରିଛନ୍ତି |

Related Posts