ପଞ୍ଚାୟତ ନିର୍ବାଚନ: ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ

ରାଜ୍ୟରେ ଆରମ୍ଭ ହୋଇଯାଇଛି ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ପକ୍ରିୟା । ଗତକାଲି ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଗତକାଲି ସଂଧ୍ୟାରେ ଶେଷ ହୋଇଛି ପ୍ରଚାର । ଏହି ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୬୮ଟି ବ୍ଲକ୍‌ରେ ୧୮୬ଟି ଜିଲ୍ଲା ପରିଷଦ ଜୋନ୍ ଲାଗି ନିର୍ବାଚନ ହେବ । ମୋଟ୍ ୧୫ଶହ ୧୪ ପଂଚାୟତର ୨୦ ହଜାର ୪୩୬ ବୁଥ୍‌ରେ ଭୋଟ ଗ୍ରହଣ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ୬୨ ଲକ୍ଷ ୧୦ ହଜାର ଭୋଟର୍ ମତଦାନ କରିବେ ।

ସେଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଓ ଜିଲ୍ଲା ସ୍ତରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଗତକାଲି ବୁଥ୍‌କୁ ଯାଇଛନ୍ତି ପୋଲିଂ ପାର୍ଟି । ସେପଟେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ହେବାକୁ ଥିବା ବହୁ ଚର୍ଚ୍ଚିତ କୋଟିଆ ପଞ୍ଚାୟତରେ ମଧ୍ୟ ପହଞ୍ଚିଛି ପୋଲିଂ ପାର୍ଟି ।

ଆସନ୍ତାକାଲି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ୍ ଜୋନ୍-୧ ଜିଲ୍ଲା ପରିଷଦ ପାଇଁ ଭୋଟ୍ ଗ୍ରହଣ ହେବ । ଯେଉଁଥିରେ କୋଟିଆ ପଞ୍ଚାୟତ ମଧ୍ୟ ସାମିଲ ରହିଛି । କୋଟିଆ ପଞ୍ଚାୟତର ୧୩ଟି ବୁଥ୍‌ରେ ୫, ୭୯୦ ଭୋଟର୍ ମତଦାନ କରିବେ ।

Related Posts