ଫେବୃଆରୀରେ ଶୀର୍ଷ ଛୁଇଁପାରେ ଓମିକ୍ରନ ସଂକ୍ରମଣ

ଏବେ ଦେଶ ବାସୀଙ୍କୁ ଘାରିଛି ବଢ଼ୁଥିବା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଆସନ୍ତା ବର୍ଷ ପ୍ରାରମ୍ଭ ତଥା ଫେବୃଆରୀରେ ଓମିକ୍ରମ ଶୀର୍ଷ ଛୁଇଁପାରେ ବୋଲି ଅନୁମାନ କରିଛି ଜାତୀୟ କୋଭିଡ ସୁପର ମଡେଲ କମିଟି (Covid Supermodel Panel) ।

ଏହି ସଂକ୍ରମଣ ଶୀର୍ଷ ଛୁଇଁବା ସହ ଦେଶରେ ତୃତୀୟ ଲହର ମଧ୍ୟ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ସେତେବେଳେ ସହ ଦୈନିକ ସଂକ୍ରମିତଙ୍କ ସଂଖ୍ୟା 7,500 ଆଶଙ୍କା ରହିବା ନେଇ ପ୍ରକାଶ ପାଇଥିବା ବେଳେ ଏହା ଦ୍ବିତୀୟ ଲହର ଠାରୁ ଭୟାବହ ହେବ ନାହିଁ ବୋଲି ମଧ୍ୟ ପ୍ୟାନେଲ ସ୍ପଷ୍ଟ କରିଛି ।ଜାତୀୟ କୋଭିଡ-19 ସୁପର ମଡେଲ କମିଟି (Covid Supermodel Panel)ର ମୁଖ୍ୟ ପ୍ରଫେସର ବିଦ୍ୟାସାଗର କହିଛନ୍ତି, ଭାରତରେ ଓମିକ୍ରନର ତୃତୀୟ ଲହର ଦେଖାଯିବ କିନ୍ତୁ ,୨ୟ ଲହର ଅପେକ୍ଷା ଏହା ସାମାନ୍ୟ ରହିବ । ଯଦି ତୃତୀୟ ଲହର ଆସେ, ତେବେ ଏହା ଦ୍ବିତୀୟ ଲହର ପରି ଭୟାବହ ହେବ ନାହିଁ ।

Related Posts