
ବଲିଉଡରେ ଖୁବଶୀଘ୍ର ଡେବ୍ୟୁ କରିବାକୁ ଯାଉଛନ୍ତି ଅଭିନେତ୍ରୀ କ୍ରିତି ସାନନଙ୍କ ଭଉଣୀ ନୁପୁର ସାନନ | ବଲିଉଡ୍ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ସହ ନଜର ଆସିବେ ନୁପୁର | ଏହି ଫିଲ୍ମର ନାମ ହେଉଛି ‘ନୁରାନୀ ଚେହରା’ ଏବଂ ଏହାର ଟିଜର ପୋଷ୍ଟର ସାମ୍ନାକୁ ଆସିଛି। ନବନିୟତ ସିଂ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ।
ନୱାଜୁଦ୍ଦିନ ସିଦ୍ଦିକି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଫିଲ୍ମ ନୁରାନୀ ଚେହରାର ଟିଜର ପୋଷ୍ଟର ସେୟାର କରିଛନ୍ତି। ପୋଷ୍ଟରରେ ନୱାଜୁଦ୍ଦିନ ସିଦ୍ଦିକି ବାଥ୍ରୋବ ପିନ୍ଧି ମୁହଁରେ ଫେସମାସ୍କ ଏବଂ ଆଖି ଆଗରେ ଦୁଇଟି ଲେମ୍ବୁ ଧରିଛନ୍ତି। ଏହି ସମୟରେ, ନୁପୁର ସାନନ୍ ନୱାଜୁଦ୍ଦିନଙ୍କ ପଛରେ ଠିଆ ହୋଇ ଅଧା ମୁହଁ ଲୁଚାଇଛନ୍ତି । ତେବେ ଆଜିଠାରୁ ଏହାର ଶୁଟିଂ ଆରମ୍ଭ ହେବ। ନୁପୁର ସାନନ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥାଇପାରନ୍ତି କିନ୍ତୁ ସେ ମ୍ୟୁଜିକ୍ ଭିଡିଓରେ ପୂର୍ବରୁ ଅଭିନୟ କରିସାରିଛନ୍ତି । ଅକ୍ଷୟ କୁମାରଙ୍କ ବିପକ୍ଷରେ ମ୍ୟୁଜିକ୍ ଭିଡିଓ ‘ଫିଲହାଲ୍’ ଏବଂ ‘ଫିଲହାଲ୍ ୨’ ରେ ନୁପୁର ସାନନ୍ ଅଭିନୟ କରିଥିଲେ। ତାଙ୍କର ଏହି ମ୍ୟୁଜିକ୍ ଭିଡିଓକୁ ବହୁତ ପସନ୍ଦ କରାଯାଇଥିଲା ।