ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କୁ କରୋନା

କରୋନା କବ୍ଜାରେ ଓଡ଼ିଶା ବିଧାନସଭା ସଚିବ ଦାଶରଥୀ ଶତପଥୀ | ସେ କରୋନା ସଂକ୍ରମିତ ହୋଇଥିବା ନେଇ ଚିହ୍ନଟ ହୋଇଛନ୍ତି | ତାଙ୍କ ଡ୍ରାଇଭର ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି | ପୂର୍ବରୁ ଦାଶରଥୀ ଶତପଥୀଙ୍କ ବ୍ୟକ୍ତିଗତ ସଚିବ କରୋନା ସଂକ୍ରମିତ ହୋଇଥିଲେ |

ପ୍ରଥମେ ତାଙ୍କୁ ଥଣ୍ଡା ହୋଇଥିବା ବେଳେ ପରେ ଏନେଇ ତାଙ୍କର ଆରଟିପିସିଆର୍‌ ଟେଷ୍ଟ କରାଯାଇଥିଲା | ତାଙ୍କର ରିପୋର୍ଟ ବାହାରିଥିଲା କୋଭିଡ୍ ପଜିଟିଭ୍‌ । ଏହାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ କର୍ମଚାରୀଙ୍କ କୋଭିଡ୍‌ ଟେଷ୍ଟ ହୋଇଥିଲା ।

Related Posts